Home ରାଜ୍ୟ ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ, ୩୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ, ୩୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

odisha map

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଯାଜପୁରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୧ରେ ପହଂଚିଛି | ସେହିଭଳି ଭାବରେ ଯାଜପୁରରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ରହିଛି | ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ୫୭ଟି ସକ୍ରିୟ ମାମଲା ରହିଛି |

ଭଦ୍ରକରେରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ୩୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି | ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୧୯ଟି ସକ୍ରିୟ ମାମଲା ରହିଛି | ସୂଚନା ମୁତାବକ, ଆଜି ସକାଳେ ୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ୨୯ଜଣ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ବାଲେଶ୍ୱର, ୧୩ଜଣ ଅନୁଗୁଳ ଏବଂ ଜଣେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିଲେ | ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଆଜି ରାଜ୍ୟରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |