Home ରାଜ୍ୟ ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !

ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !

ବାଲେଶ୍ୱର: ସୋର ଷ୍ଟେଟ୍ ବ୍ୟାଙ୍କ ସମ୍ନାରୁ ମୋଟର ସାଇକେଲ ଡ଼ିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ ଖଇରା ଥାନା ରାଇଗଦିଅ।। ଗାଁର ଦାମଦୋର ରାମଙ୍କ ପୁଅ କାହ୍ନୁଚରଣ ବ୍ୟାଙ୍କରୁ ଦେଢଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ । କୌଣସି କାମ ପଡ଼ିବାରୁ ପୂର୍ଣ୍ଣରବାର କିଛି କ୍ଷଣ ପାଇଁ ବ୍ୟାଙ୍କ ଯାଇଥିଲେ । ଫେରିଲା ବେଳକୁ ଡ଼ିକିରୁ ଟଙ୍କା ଗାଏବେ ହୋଇଯାଇଥିଲା । ଯାହାକୁ ନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାରା ଅଂଚଳରେ ଛାନଭିନ୍ ଆରମ୍ଭ କରିଛି ।