Home ରାଜ୍ୟ ବିଜେପି ଟାର୍ଗେଟରେ ଓଡ଼ିଶା; କାଉଁଣ୍ଟର କରୁଛି ବିଜେଡି, କଂଗ୍ରେସର ଗଦ ଚାଷୀଙ୍କୁ କଲା ବେହେସ !

ବିଜେପି ଟାର୍ଗେଟରେ ଓଡ଼ିଶା; କାଉଁଣ୍ଟର କରୁଛି ବିଜେଡି, କଂଗ୍ରେସର ଗଦ ଚାଷୀଙ୍କୁ କଲା ବେହେସ !

ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟାଏ ମାସରେ ୩ଥର ତଥା ପ୍ରଥମେ ୨୪ ଡ଼ିମ୍ବେରରେ ଖୋର୍ଦ୍ଧା, ୫ ଜାନୁୟାରୀରେ ବାରିପଦା ଓ ଆଜି ପଶ୍ଚିମ ଓଡ଼ିଶାର ବଲାଙ୍ଗିରକୁ ଆସିଛନ୍ତି ମୋଦି । ଖୋର୍ଦ୍ଧାରେ ୧୫ହଜାର କୋଟି, ବାରିପଦାରେ ୫ହଜାର ଓ ଆଜି ପୁଣି ଅର୍ଥର ମୁଣା ଧରି ଆସିଛନ୍ତି ମୋଦି । ପୂର୍ବ ଭାରତକୁ ମୋଦିଙ୍କ ଫୋକସରେ ରଖିଥିବା ବେଳେ ଟାର୍ଗେଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରହିଛି । ଯାହାକୁ ନେଇ ମୋଦି ବାରମ୍ବାର ଅର୍ଥମୁଣା ଧରି ଓଡ଼ିଶା ମୁହାଁ ହେଉଛନ୍ତି । ରାଜ୍ୟକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ମୋଦିଙ୍କ ଏପରି ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ଅସ୍ତବ୍ୟସ୍ଥ କରୁଛି ।
ଦେଶରେ ରାମରାମ କହି ଭୋଟରଙ୍କ ମନ କିଣୁଥିବା ବେଳେ ପୂର୍ବରୁ ଆସିଥିବା ବେଳେ ଜଗନ୍ନାଥ ନାମ ଏବେ ପଶ୍ଚିମ ଓଡ଼ିଶାରେ ଜୟ ଜଗନ୍ନାଥ, ମା ସମେଲେଇ, ରାମଚଣ୍ଡି ଓ ହରିଶଙ୍କର ନାମ ନେଇ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ଏହାସହ ଏକାଢଙ୍ଗରେ ଓଡ଼ିଶାର ମହାପୁରୁଷମାନଙ୍କୁ ପୁଣି ଅଚାନକ ମନେପକାଇଛନ୍ତି । ପଶ୍ଚିମ ଓଡ଼ିଶାର ଭୋଟରକୁ ନିକଟତର ହେବାକୁ ଯାଇ ସ୍ଥାନୀୟ କବି ଭୀମଭୋଇ, ସ୍ୱାଭାବ କବି ଗଙ୍ଗାଧର ମେହର, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବିରପୁତ୍ରଙ୍କୁ ମନେ ପକାଇଛନ୍ତି । ଏହାସହ ନିକଟ ଅତିତରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୋଦି । ଏହାସହ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ନାଁ ନନେଇ ବଙ୍କୋଇ ଟଙ୍କୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ସରକାର ନିଦରେ ଶୋଇଛି । କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଅର୍ଥ ଖର୍ଚ୍ଚ କରନ୍ତୁ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହଁ । ଏହା ସହ ୧୦୦ପ୍ରତିଶତ ରାସନକାର୍ଡ଼ର ଡିଜିଟାଲ କରାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସୁଯୋଗ ଦେବା କଥା ଉଠାଇଛନ୍ତି । ଏହାସହ ରାଜ୍ୟରେ ଦିଆ ଯାଉଥିବା ୩ଟଙ୍କିଆ ଚାଉଳ କଥାମଧ୍ୟ ଉଠାଇ କହିଛନ୍ତି ୩୦ଟଙ୍କା ମୂଲ୍ୟର ଚାଉଳକୁ ୩ଟଙ୍କାରେ କେନ୍ଦ୍ର ସରକାର ଦେବା କଥା ପ୍ରକାଶ କରିଛନ୍ତି । ଦେଶରେ ଫର୍ଜି ରାସନକାର୍ଡ଼ ରଦ୍ଦ ହେବାରୁ ଅସାଧୁଙ୍କ ରୋଜଗାର ବନ୍ଦ ହୋଇଛି । ସେମାନେ ରୋଜଗାର ହରାଇଥିବାରୁ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ସେହି ଅସାଧୁ ଲୋକଙ୍କୁ ଏବେ ଜେଲ ପଠାଇବା ମୋର ପ୍ରଥମ କାମ ବୋଲି ପ୍ରକାଶ କରିଛନ୍ତି । ଦେଶରେ ଲୁଟ୍ ହୋଇଥିବା ୯୦ ହଜାର କୋଟିକୁ ଉଦ୍ଧାର କରିଛି । ସେହି ଲୁଟେରାମାନେ ଏବେ ମୋଠାରୁ ବଦଲା ନେବାପାଇଁ ମେଳିବାନ୍ଧୁଛନ୍ତି ।
ଅନ୍ୟପଟେ ଆଜି ଯେଉଁ ସମୟରେ ମୋଦି ବଲାଙ୍ଗିରରେ ବିକାଶର ଚିତ୍ର ଆଙ୍କୁଥିଲେ ଠିକ୍ ସେତିକି ବେଳେ ମୁଖ୍ୟମନ୍ତ୍ରୀ ରାଜଧାନୀରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ୫ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ରାଜ୍ୟରେ କୃଷକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ଓ ବିଭିନ୍ନ ଯୋଜନାକୁ ବଖାଣିଛନ୍ତି । କାଳିଆ ଯୋଜନାକୁ ପ୍ରଶଂସା କରି କହିଛନ୍ତି, ଏବେ ଏହି ଯୋଜନା ସାରା ଦେଶର ଆଦର୍ଶ ଯୋଜନା ଭାବେ ପାଲଟିଛି । ଏହା ସହ ଆଗାମୀ ଦିନରେ ଏହି ଯୋଜନା ଅନ୍ୟ ରାଜ୍ୟକୁ ପ୍ରଭାବିତ କରିବ । କାଳିଆ ଯୋଜନା କିପରି ଭାବରେ ଚାଷୀଙ୍କ ନିକଟରେ ପହଂଚିବ ସେଥିପାଇଁ ସରକାର ଆବେଦନ ତାରିଖ ଘୂଞ୍ଚାଇବା ସହ ହେଲ୍ପଲାଇନ ନମ୍ବର ଦେଇଥିବା ପ୍ରକାଶ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀ ଆଗାମୀ ୨୬ ତାରିଖରେ ଏହାର ଉପକୃତ ପାଇବା ନେଇ ସରକାର ଘୋଷଣା କରିଛନ୍ତି । ରାଜ୍ୟର ଚାଷୀମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ରାଜ୍ୟର ଚାଷୀମାନଙ୍କ ପାଇଁ ଆମ ସରକାର ୫ଥର କୃଷ୍ି କର୍ମଣ ପୁରଷ୍କାର ପାଇଛି । ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ଆଗାମୀ ଦିନରେ ଆହୁରୀ ଜନହିତକର ଯୋଜନା ଅପଣାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ରାଜ୍ୟର ୧୨୦ ଜଣ କୃତି ଚାଷୀଙ୍କୁ ପୁରସ୍କାର ଦେବା ନେଇ ସ୍ଥିର କରିଛନ୍ତି

() ଅପରପକ୍ଷେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିଯୋଗିତା ଚାଲିଥିବା ବେଳେ କଂଗ୍ରେସ କିନ୍ତୁ ନିରବ ରହି ରାଜ୍ୟର ଚାଷୀଙ୍କୁ ଗଦ ଦେଇ ବେହୋସ କରିବା ଲକ୍ଷ୍ୟରେ ରହିଛି । ନିକଟ ୩ ରାଜ୍ୟରେ ସଫଳତା ପରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରଖିଛି । ଯାହାକୁ ନେଇ ଏବେ ଭୋଟରଙ୍କ ନିକଟକୁ ଯିବା ନେଇ ସ୍ଥିର କରିଛି । ଯୋଜନା ମାଳ ହେଉଥିବା ବେଳେ ଏଠି କେନ୍ଦ୍ର ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ହଜାର ହଜାର କୋଟି ଟଙ୍କା ଘୋଷଣା କରିବାରେ ସରକାର ବ୍ୟସ୍ଥ କିନ୍ତୁ ବାସ୍ତବରେ ବିକାଶର ଚିତ୍ର ଓଲଟା । ରାଜ୍ୟର ବେକାରୀ କାମ ପାଇଁ ହାହାକାର ହୋଇଛି । ଚାକିରୀ ପାଇଁ ଦେଶର ଏକୋଣରୁ ସେକୋଣ ଘୂରିବୁଲୁଛି ଆଉ ନାନା ନିର୍ଯାତନାର ଶିକାର ହେଉଛି । ଦାଦନ କଥା ନକହିବା ଭଲ, ଶିକ୍ଷା ସ୍ୱାସ୍ଥ୍ୟ ଅବସ୍ଥା ଅତି ଦୟନୀୟ ହୋଇଛି । ଚାଷୀ ଆତ୍ମହତ୍ୟା ଥମିବାର ନାଁ ଧରୁନିଁ । ଅଭାବୀ ବିକ୍ରିର ସାମ୍ନା କରୁଛି । ବିକ୍ରି କରିବା ପାଇଁ ବଜାର ପାଉନିଁ , ଦଲାଲଙ୍କୁ ସମ୍ନା କରୁଛି । ଏପରି ସ୍ଥିତିରେ ରାଜ୍ୟର ଜନସାଧାରଣ ପେଶି ହେଉଛନ୍ତି । କିନ୍ତୁ ନେତାମାନେ ବାହାସ୍ପଟ ମାରିବାରେ ବ୍ୟସ୍ଥ ରହିବା ସହ ମିଛ ପ୍ରତିଶ୍ରୁତିର ବାଣ ମାରୁଛନ୍ତି । ଏପରି ସ୍ଥିତିରେ ଗାଁ ଟାଉଟରଙ୍କ ବୋଲରେ ପଡ଼ିଛି ସାଧାରଣ ଜନତା । ପୁଣି ଥରେ ବୋତଲ ପରିବର୍ତନ ନକରି ମଦ ପରିବର୍ତନ କରିବାକୁ ଯାଉଛି । ତାହା ଦେଖିବାକୁ ବାକି ରହିଲା ।