ବାଲେଶ୍ୱର: ସୋର ପୌରପାଳିକା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ଼ ମୋହନପୁର ଗାଁରେ ଅଗ୍ନିକାଣ୍ଡ । ଗତକାଲି ବଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୪ ବଖରାଘର ପୋଡ଼ି ପାଉଁଷ ହୋଇଛି । ସୂଚନାମୁତାବକ, ମୋହନପୁର ଗାଁର ସେକ୍ ରୋଶନ ଓ ଶକୁର ବିବିନିକାର ଙ୍କ ଘର ପୋଡ଼ି ଶର୍ବନାଶ ହୋଇଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜରି ରଖିଛି ଅଗ୍ନିଶମ ବିଭାଗ । ଏହି ଅଗ୍ନିକାଣ୍ଡରେ ଘରରେ ଥିବା ସମସ୍ତ ଅସବାପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି । ଖବରପାଇଁ ସୋର ଅଗ୍ନିଶମ କର୍ମଚାରୀ ପହିଂଚି ନିଆଁକୁ ଆୟତ କରିବା ସହ କ୍ଷତିପୂରଣ ଆକଳନ କରିଥିବା ଜଣାପଡ଼ିଛି ।