Home ରାଜ୍ୟ ସୋର ଅବକାରୀ ଅଧିକାରିଙ୍କ ଚଢାଉ, ୨ ଗିରଫ

ସୋର ଅବକାରୀ ଅଧିକାରିଙ୍କ ଚଢାଉ, ୨ ଗିରଫ

ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ଥାନା ଅଧିକାରୀଙ୍କୁ ମିଳିଛି ସଫଳତା । ଜିଲ୍ଲା ଅଧିକାରି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଓ ଆଇଆଇସି କରୁଣା ଫକିର ତିଓାରିଙ୍କ ତତ୍ତ୍ୱାବଧାନରେ ସୋର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ କୁଳମଣି ମହାରଣା ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଅବକାରୀ ବିଭାଗ କର୍ମଚାରୀମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ତଳନଗର ଅଲିପୁର ଗ୍ରାମର ମିନତୀ ନାୟକଙ୍କ ଘରୁ ୧୨ଲିଟର ଦେଶୀରନ୍ଧାମଦ ଓ କୁଧାମରା ରୋଡରେ ରମେଶଦାସଙ୍କ ଠାରୁ ୪୦ଲିଟର ଦେଶୀମଦ ଜବତ ହୋଇଛି । ଏଥି ସହିତ ଏକ ଡିଲକ୍ସ ଗାଡିକୁ ଜବତ କରବା ସହ ଅଭି୍ୁକ୍ତକୁ ଗିରଫ କରିି କୋର୍ଟ ଚାଲାଣ କରିଛନ୍ତି ।