Home ରାଜ୍ୟ ହାତ ଛାଡ଼ି ହାତୀରେ ବସିଲେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ !

ହାତ ଛାଡ଼ି ହାତୀରେ ବସିଲେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ !

179

ଭୁବନେଶ୍ୱର: ହାତ ଛାଡ଼ି ହାତୀରେ ବସିଲେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଆଜି ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଲ ସଗରିଆ । ବିଏପିରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି ଯଦି ମାୟାବତୀ ତାଙ୍କୁ ଆଗାମୀ ଦିନରେ ରାଜ୍ୟରେ ଲଢିବାକୁ ଅନୁମତି ଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ବିପକ୍ଷରେ ଲଢିବାକୁ ପ୍ରସ୍ତୁତି କହି ଟାର୍ଗେଟ କରିଛନ୍ତି । ଏହା ସହ ରାଜ୍ୟରେ ଚାଲିଥିବା ଅନ୍ୟାୟ ଅରାଜକତାକୁ ନିଜ ବକ୍ତବ୍ୟରେ ଉଥାପନ କରିଥିଲେ । କଂଗ୍ରେସର ଏହି ପୂର୍ବତନ ବିଧାୟକ କିଛି ମାସ ପୂର୍ବରୁ ଇସ୍ତଫା ଦେବାସହ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର ହୋଇଥିଲେ । ଏହି ସମାବେଶରେ କୃଷ୍ଣ ଯୋଗ ଦେବା ସହ ତାଙ୍କର ଶତାଧିକ ସମର୍ଥକ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଏପିର ସୁପ୍ରିମୋ ମାୟାବତୀ ଉପସ୍ଥିତ ରହିନଥିଲେ ମଧ୍ୟ ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା ।