Home ଦେଶ- ବିଦେଶ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କଲେ କେସିଆର !

ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କଲେ କେସିଆର !


ରାଜସ୍ଥାନ: ଆରମ୍ଭ ହେଲା କେସିଆରଙ୍କ ଦ୍ୱିତୀୟ ଯୁଦ୍ଧ । ଆଜିଠାରୁ ପୁଣି ଚାଲିବ ତେଲେଙ୍ଗାନ ରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଙ୍କ ଦ୍ୱିତୀୟ ଶାସନ । ତେବେ ତେଲେଙ୍ଗାନରେ ଦ୍ୱିତୀୟ ଥର ପାଇଁ ସରକାର ଗଢିଛି ଟିଆରଏସ୍ । ତେବେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ପଦ ଓ ଗୋପନୀୟତାର ଶପଥ ପାଠ କେସିଆରଙ୍କୁ କରାଇଛନ୍ତି ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମହମ୍ମଦ ଅଲିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ବଡ ବିଜୟ ସହ ତେଲେଙ୍ଗାନାରେ ଏକାକୀ ସରକାର ଗଢିଛି ଟିଆରଏସ୍ । ତେବେ ତେଲେଙ୍ଗାନର କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭି.ପ୍ରତାପ ରେଡ୍ଡୀଙ୍କୁ ହରାଇଥିଲେ । ଯାହାକି ଦ୍ୱିତୀୟଥର ପାଇଁ ତେଲେଙ୍ଗାନାର କ୍ଷମତା ଡ଼ୋରୀ ସମ୍ଭାଳିଲେ କେସିଆର ।