Home ରାଜ୍ୟ ଷଠିଘର ଠାରୁ ଗାଁ ମଶାଣି ଲୋକାରନ୍ୟ ; କାନ୍ଦରେ ଫାଟି ପଡ଼ିଲା ଗାଁଦାଣ୍ଡ !

ଷଠିଘର ଠାରୁ ଗାଁ ମଶାଣି ଲୋକାରନ୍ୟ ; କାନ୍ଦରେ ଫାଟି ପଡ଼ିଲା ଗାଁଦାଣ୍ଡ !

ଖୋର୍ଦ୍ଧା: ଷଠିଘର ଠାରୁ ଗାଁ ମଶାଣି ଲୋକାରନ୍ୟ । କାନ୍ଦରେ ଫାଟି ପଡ଼ିଲା ଗାଁଦାଣ୍ଡ, ଏକମାତ୍ର ଲଢୁଆ ପୁଅକୁ ହରାଇ ମାଆ ବାହୁନି କାନ୍ଦି କାନ୍ଦି ଚେତା ଶୂନ୍ୟ ହୋଇ ପଡ଼ୁଥାଏ । ଆତ୍ମୀୟ ବନ୍ଧୁ ପରିଜନ ସମସ୍ତଙ୍କ ଆଖିରେ ଅଶ୍ରୁ ମୟ । କିନ୍ତୁ ଏପରି ଦୁଃଖ ସମୟରେ ପୁଅ ଦେଶ ପାଇଁ ଜୀବନ ଦେଇଥିବାରୁ ଅଂହକାର ଓ ଗର୍ବରେ କହିଲେ ଶହୀଦ ହେମନ୍ତଙ୍କ ବାପା ‘ ଯାହା ମୁଁ କରି ପାରି ନଥିଲି ମୋର ପୁଅ ହୋଇ କରି ଦେଖାଇଲା’ ସେଥି ପାଇଁ ମୁଁ ଗର୍ବତ ଏପରି ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ମହାନ ହୋଇଛନ୍ତି ବାପା । ଆଜି ଶହୀଦ ଯବାନ ହେମନ୍ତ ପଣ୍ଡାଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି । ପୌତୁକ ଗାଁ ବେଗୁନିଆ ଅଠରାଙ୍ଗରେ ରାଷ୍ଟ୍ରୀୟ ମର୍ଯ୍ୟାତାର ସହ ଶହୀଦଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶହୀଦ ଯବାନଙ୍କୁ ପଂଚଭୂତରେ ଲୀନ ହୋଇଛନ୍ତି । ଆଜି ସକାଳୁ ସହୀଦଙ୍କୁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସାଧାରଣ ଜନତାଅନ୍ତିମ ଦର୍ଶନ କରିଥିଲେ । ଆଠରାଙ୍ଗରେ ଶହୀଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ପରିକ୍ରମା କରି ଶ୍ମଶାନ ନିଆ ଯାଇଥିଲା । ଯେତେବେଳେ ଦେଶ ୭୦ ତମ ଗଣତନ୍ତ୍ର ଦିବସ ପାଳନ କରୁଥିଲା ଠିକ୍ ସେତିକି ବେଳେ ସୀମାରେ ବୀର ଜବାନ ହେବନ୍ତ ପଣ୍ଡା ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରଣ ହରାଇଥିଲେ ହେମନ୍ତ କୁମାର ପଣ୍ଡ ।