Home Uncategorized ସାହାସ ପାଇଁ ପୁରସ୍କାର !

ସାହାସ ପାଇଁ ପୁରସ୍କାର !


କେନ୍ଦ୍ରାପଡା: ସାହାସିକତା ପାଇଁ ମିଳିବ ପୁରସ୍କାର । ତେବେ କୁମ୍ଭୀର ମହଁରୁ ଦାଦାଙ୍କୁ ବଞ୍ଚାଇ ପୁରସ୍କାର ପାଇବା ପାଇଁ ମନୋନୀତ ହେଲେ ପୁତୁରା । ଏଭଳି ଅଘଟଣା ଘଟଥିଲା ଗତ ଫେବୃୟାରୀ ମାସ ୨୦ ତାରିଖ ସନ୍ଧ୍ୟାରେ । ସୂଚନା ମତାବକ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗାଁର ଶିତୁ ମଲିକ ଓ ଦାଦା ବିନୋଦ ମଲିକ ରାତି ପ୍ରାୟ ୮ଟା ସମୟରେ ହଂସୁଆ ନଦୀକୁ ଶୌଚ ପାଇଁ ଯାଇଥିଲେ । ତେବେ ଶୈାଚ କରିବା ସମୟରେ ହଠାତ ଏକ କୁମ୍ଭୀର ଆସି ବିନୋଦ ଙ୍କୁ କାମୁଡି ଧରିଥିଲା । ଏହା ଦେଖି ପୁତୁରା ଶିତୁ କଣ କରିବେ ଭାବିପାରିନଥିଲେ । ହଠାତ ତାଙ୍କ ମୁନରେ ବୁଦ୍ଧି ଆସଥିିଲା । ସେହି ବୁଦ୍ଧି ଓ ସାହିକତା ଦେଖାଇ ଦାଦାଙ୍କ ଡାହାଣ ହାତକୁ ଧରି ଟାଣିଦେଇଥିଲେ । ଯାହା ଫଲରେ ଦାଦା ବିନୋଦଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିଲା । ତେେ ବ ଶିତୁର ସାହାସିକତା ଯୋଗୁଁ ସାରା ରାଜ୍ୟରେ ସେ ପ୍ରଶଂସିତ ହୋଇ ଥିଲେ । ତେବେ କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଶିତୁ ମଲିକ । ଆସନ୍ତା ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବାର କାର‌୍ୟ୍ୟକ୍ରମ ରହିଛି ।