Home ରାଜ୍ୟ ବିଜେପିର ଚାଣକ୍ୟ ଶାହା କାହାରିକୁ ଛାଡ଼ିଲେନି; ମଲା ଜିଇଲା ସବୁ ଏକାଠି କରିଦେଲେ!

ବିଜେପିର ଚାଣକ୍ୟ ଶାହା କାହାରିକୁ ଛାଡ଼ିଲେନି; ମଲା ଜିଇଲା ସବୁ ଏକାଠି କରିଦେଲେ!

ସାଲେପୁର: ଆଜି ଓଡ଼ିଶା ଗସ୍ତରେ ବିଜେପିର ଚାଣକ୍ୟ ଅମିତ ଶାହା, ଉକ୍ରଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଭୂମୀ ସତ୍ୟଭାମାପୁରରେ ପହଂଚିଥିଲେ । ପ୍ରଥମେ ମଧୂବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନିଶ୍ଚିତକୋଇଲି ବ୍ଲକ୍ କୁଳିଆ ଆରଏମସି ପଡ଼ିଆରେ କର୍ମୀଙ୍କୁ ଉଦବୋଦନ ଦେଇଛନ୍ତି । ଅଭିଭାଷଣ ଆରମ୍ଭରୁ ମଧୁବାବୁଙ୍କ ଉକ୍ରଳ ପ୍ରତି ଅବଦାନରୁ ଆରମ୍ଭ କରିଥିଲେ । ଓଡ଼ିଆ ଭାଷା ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଧୁବାବୁ । ଏପରି ଜଣେ ମୁଖ୍ୟମନ୍ତ୍ରୀ କରନ୍ତୁ ପ୍ରଥମତଃ ଓଡ଼ିଆ ଜାଣିଥିବା ଆବଶ୍ୟକ କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ମୋଦି ରାଜ୍ୟ ସରକାରଙ୍କୁ ନରମ ଗଳାରେ ଅଭିଭାଷଣ ରଖିଥିଲା ବେଳେ ଆଜି ଶାହା ଗରମ ସ୍ୱରରେ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏଠି କେନ୍ଦ୍ର ଓଡ଼ିଶାକୁ ଉନ୍ନତି ପାଇଁ କିଛି ମାସ ମଧ୍ୟରେ ୫ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇଥିବା ବେଳେ ଏହାକୁ ସଠିକ୍ ଭାବେ ଖର୍ଚ୍ଚ କରିବାରେ ଅପାରଗ ବୋଲି କହି ଭର୍ଷନା କରିଥିଲେ । ଏପରି ଏହି ସରକାର ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ସୁରକ୍ଷା ଦେଇ ପାରିନଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଓ ସ୍ୱଚ୍ଛ ଭାରତ ଯୋଜନା କୁ ପ୍ରାସଂଶାରେ ପୋତି ଦେଇଛନ୍ତି ‘ କହିଛନ୍ତି ଯାହା ୫୫ବର୍ଷ ପରେ ମୋଦି ସରକାର ଦେଶର ନାରୀଙ୍କୁ ସମ୍ନାନ ଦେବାକୁ ଯାଇ ଏପରି ଯୋଜନା ଆପଣାଇଛନ୍ତି । ଗତ ୨୫ ତାରିଖରେ କଂଗ୍ରେସ କପ୍ତାନ ରାହୁଲ ମୋଦୀଙ୍କ ଜୁନିୟର ପାର୍ଟନର ନବୀନ କହି କଟାକ୍ଷ କରି ସମାଲୋଚନା କରିଥିବା ବେଳେ ଆଜି ଶାହା ରାଜ୍ୟ ସରକାର ଓ କଂଗ୍ରେସ ଗୋଟାଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କଟାକ୍ଷ କରିଛନ୍ତି । କହିଛନ୍ତି ରାଜ୍ୟରେ ନବୀନ ସରକାରେଙ୍କୁ ୧୯ବର୍ଷ ଓ କଂଗ୍ରେସକୁ ୫୦ବର୍ଷ ଦେଇ ରାଜ୍ୟର ଜନସାଧାରଣ ଗରିବରୁ ଅତି ଗରିବ ହୋଇଛନ୍ତି । ମାତ୍ର ୫ ବର୍ଷ ଶାସନକୁ ଆଣିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଯେଉଁ ସରକାର କାଳିଆ ରତ୍ନମଣ୍ଡାରକୁ ସୁରକ୍ଷା ଦେବାରେ ଅକ୍ଷମ, ସେ ରାଜ୍ୟକୁ କି ସୁରକ୍ଷା ଦେବା ନେଇ ପ୍ରଶ୍ନ କରିଛନ୍ତି । ଏପରି ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟ କାରୀ ନକରିଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି ମୋଦୀଙ୍କ ଲୋକପ୍ରିୟତାକୁ ଦେଖି ଏଠିକା ସରକାର ଭୟଭୀତ ହୋଇଛି ।