Home ରାଜ୍ୟ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି !

ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି !

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଆଜି ଦିନ ସାଢେ ଜାତୀୟ ନିର୍ବାଚନ କମିଶନ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ କମିଶନର ଅଶୋକ ଲାଭାଷା ଇଲେକସ ବିଷୟରେ କିଛି ସୂଚନା ଦେଇଥିଲେ । ଆଗାମୀ ଇଲେସନକୁ ଆଖିରେ ନଜର ରଖି ମଦ ଓ ଟଙ୍କା କାରବାର ନେଇ ସେ ଇଟେଂଲିଜେନ୍ସ ଏଜେନ୍ସି ସହ ଆଲୋଚନା କରିଥିଲେ । ଏବଂ ଏହା ସହ ନିର୍ବାଚନ ସମୟରେ କିପରି ଆଇନ୍ ଶୃଙ୍ଖଳା ରହିବ ସେ ନେଇ ମଧ୍ୟ ସେ ଡିଜିପିଙ୍କ ସହ ମଧ୍ୟ ସେ ଅଲୋଚନା କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ମୋଟ ୩୭,୬୦୬ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ରହିଛି । ରାଜ୍ୟର ୯୪% ବୁଥ୍ ରେ ସମସ୍ତ ସୁବିଧା କରାଯାଇଛି । ଆଉ ଯେଉଁଠି ଅସୁବିଧା ରହିଛି ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ସୁବିଧା ଯୋଗାଇ ଦିଆଯିବ  ବୋଲି ନିର୍ବାଚନ କମିଶନର କହିଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଏକ ସାଇବର ଏବଂ ସୋସିଆଲ ମିଡିଆ ଏକ୍ସପଟ୍ ମାନଙ୍କ ଏକ ଟିମ୍ ଗଠନ କରାଯାଇଛି । ଯାହା ଦ୍ୱାରା ସେମାନେ ଫେକ୍ ନ୍ୟୁଜ ଓ ପେଡ୍ ନ୍ୟୁଜ ଉପରେ ନଜର ରଖିପାରିବେ ।