Home ରାଜ୍ୟ ପରକୀୟାପ୍ରୀତିର କରୁଣ ଚିତ୍ର, ପୁଲିସ କହି ଘରୁ ଉଠାଇନେଲା , ଦୁର୍ଷମ କରି ରାସ୍ତାରେ ଫିଙ୍ଗିଦେଲା...

ପରକୀୟାପ୍ରୀତିର କରୁଣ ଚିତ୍ର, ପୁଲିସ କହି ଘରୁ ଉଠାଇନେଲା , ଦୁର୍ଷମ କରି ରାସ୍ତାରେ ଫିଙ୍ଗିଦେଲା !

କେନ୍ଦ୍ରାପଡା: ପୁଣି କେନ୍ଦ୍ରାପଡାରେ ଚାଞ୍ଚଲ୍ୟ । ପୁଲିସର ପରିଚେୟ କହି ଉଠାଇନେଲେ ଦୁର୍ବୂତ୍ତ । ଦୁର୍ଷମ କଲେ ରାସ୍ତାରେ ଫିଙ୍ଗିଦେଇ ଚାଲିଗଲେ । ତେବେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡପାଳ ବଜାର ନିକଟରେ ଏକ ଭଡାଘରେ ରହୁଥିଲେ ଜୈନେକ ବିଧବା ମହିଳା । ଏବଂ ତାଙ୍କ ସହିତ ମଧ୍ୟ ରହୁଥିଲେ ଝିଅ ଓ ଜ୍ୱାଇଁ । ସୂଚନା ମୁତାବକ ମାର୍ଶାଘାଇ ଥାନା ପଳାସପୁର ଗ୍ରାମର ଜଣେ ଯୁବକ ପୀଡିତା ମହିଳାଙ୍କୁ ନିଜ ଚାଷ କାମରେ ଲଗାଇବାକୁ କହି ଡାକି ଆଣିଥିଲେ ।, ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ପାଖରେ ରହି ୧୫ ଦିନ ହେବ କାମକରୁଥିଲେ । ମାତ୍ର ଏହାକୁ ଉକ୍ତ ଯୁବକଙ୍କ ସ୍ତ୍ରୀ ସନ୍ଦେହ କରି ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ । କିନ୍ତୁ ସ୍ୱାମୀ ଏହାକୁ ବେଖାତିର କରିବାରୁ ମହିଳାଜଣଙ୍କ ଉତ୍ତ୍ୟକ୍ତ ହୋଇପଡିଥିଲେ । ଯାହାଫଲରେ ମହିଳାଜଣଙ୍କ ରାଗିଯାଇ ତାଙ୍କ ଦୁଇ ଭାଇଙ୍କ ସମେତ ୪ ଜଣ ଯୁବକଙ୍କୁ ଡକାଇ ଏଭଲି ଅମାନୁଷିକ କାଣ୍ଡ ଭିୟାଇଛି । ତେବେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଧମକଦେଇଥିବା ମହିଳା ସମେତ ୬ ଜଣ ଦୁର୍ବୁତ ନିଜକୁ ପୁଲିସ ପରିଚେୟ ଦେଇ ଜୈନେକ ବିଧବା ମହିଳା ଙ୍କ ଘରେ ପଶି ନିଧୁମ ମାଡ ମାରିଥିଲେ । ତେବେ ଘରେଥିବା ୩ ଜଣଙ୍କୁ ଏକ ବୋଲେରୋରେ ଜମ୍ବୁମେରାଇନ ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳର ଏକ ଫେସାରୀକୁ ନେଇଯାଇଥିଲେ । ସେଠାରେ ୬ ଜଣଯାକ ମହିଳାଙ୍କୁ ଦୁଷ୍କର୍ମ କରିସାରିବା ପରେ ବୋଲେରୋରେ ଆଣି ବଡପାଳ ଗୋଡା ନିକଟରେ ଥିବା ରାସ୍ତାକଡ଼ରେ ପକାଇ ଚାଲିଯାଇଥିଲେ । ସେପଟେ ମହିଳାଙ୍କ ସାଙ୍ଗରେ ଥିବା ତାଙ୍କ ଜ୍ୱାଇଁଙ୍କୁ ମଧ୍ୟ ନିର୍ଧୁମ ମାଡମାରିଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ପିଡିତା ମହିଳା ଜଣକ ରାଜନଗର ଅଞ୍ଚଳର । । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକରଖି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏବିଷୟରେ ଏସଡିପିଓଙ୍କ ମତାମତ ନେବାରୁ ସେ କହିଥିଲେ ପରକିୟା ପ୍ରିତିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଗଣଦୁଷ୍କର୍ମ ଘଟଣାର ସତ୍ୟାସତ୍ୟ ନାହିଁ ।ଏହାସହ ଏହି ଘଟଣାର ତଦନ୍ତ ଚାଲିଛି ।