Home ଦେଶ- ବିଦେଶ ଘୁଞ୍ଚିଲା ଅଯୋଧ୍ୟା ବିବାଦ; ଜାଣି ସିଆଣିଆ ବିଜେପି, ମୋଦି ମତ ବୁଲାଇବା ପରେ, ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ...

ଘୁଞ୍ଚିଲା ଅଯୋଧ୍ୟା ବିବାଦ; ଜାଣି ସିଆଣିଆ ବିଜେପି, ମୋଦି ମତ ବୁଲାଇବା ପରେ, ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି !


ନୂଆଦିଲ୍ଲୀ : ଅଯୋଧ୍ୟା ପ୍ରସଙ୍ଗରେ ପୁଣି ଅଛିଡ଼ା ବିବାଦରେ ସୁପ୍ରିମକୋର୍ଟ । ଆଜି ମଧ୍ୟ ମାମଲାର ଶୁଣାଣି ହୋଇପାରିଲା ନାହିଁ , ଏହାକୁ ୫ ଜଣିଆ ଖଣ୍ଡପୀଠ ଆସନ୍ତା ୨୯ ତାରିଖକୁ ଘୂଚାଂଇଛନ୍ତି । ଖଣ୍ଡପୀଠରେ ରହିଥିବା ଜଷ୍ଟିସ ୟୁୟୁ ଲଲିତଙ୍କୁ ନେଇ ବରିଷ୍ଠ ଓକିଲ ରାଜୀବ ମାଧବ ପ୍ରଶ୍ନ ଉଠାଇବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ତେଣୁ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ ପରବର୍ତ୍ତି ଶୁଣାଣି ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇବା ସୂଚନା ଦେବା ସହ ନୂଆ ଖଣ୍ଡପୀଠ ହେବା ନେଇ ସୂଚନା ଦେଇଛନ୍ତି । ଏହା ସହ ମାମଲା ଚୁଡ଼ାନ୍ତ ଶୁଣାଣି କଣ ହେବ ସେହି ଦିନ ସ୍ଥିର କରାଯିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଗଠିତ ଖଣ୍ଡପୀଠରୁ ଜଷ୍ଟିସ୍ ଲଳିତ ନିଜ ଆଡ଼ୁ ଖଣ୍ଡପୀଠରୁ ଓହରି ଯାଇଛନ୍ତି । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଥିଲା । ଅଯୋଧ୍ୟାର ୨.୭୭ ଏକର ଜମିକୁ ୩ଭାଗରେ ବାଣ୍ଟିବାକୁ ନିର୍ଦ୍ଧେଶ ଦେଇଥିଲେ । ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟରେ ୧୪ଟି ଆବେଦନ ହୋଇଥିଲେ ମଧ୍ୟ ଶୁଣାଣି ତାରିଖ ଘୁଞ୍ଚିବାରେ ଲାଗିଛି ।
() ଅନ୍ୟପଟେ କିଛିବର୍ଷ ହେବ ଅଯୋଧ୍ୟାକୁ ନେଇ ବିଜେପି ସମାଧାନ କରିବା ନେଇ ଦେଶର ଅଗଣିତ ହିନ୍ଦୁପ୍ରେମୀଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ନେବାରେ ବ୍ୟସ୍ଥ ଥିଲେ । କିନ୍ତୁ ଗତକିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ମାମଲାରେ ବିଜେପି ହସ୍ତକ୍ଷେପ ନକରିବା ପ୍ରତିକ୍ରିୟା ଦେବା ପରେ ଦେଶର ହିନ୍ଦୁସଙ୍ଗଠନ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ବିଶ୍ୱ ହିନ୍ଦୁପରିଷଦର ଆବାହକ ପ୍ରବୀଣଭାଇ ତୋଗଡ଼ିଆ ନୂଆ ଦଳ ଗଢିବା ନେଇ ସୂଚନା ଦେଇଥିଲେ । ଏଠି ପ୍ରଶ୍ନ ଉଠୁଛି କାହିଁକି ମୋଦି ନିଜର ମତ ବଦଳାଇଲେ ? ଏହା ପଛରେ ବଡ଼ କାରଣ କଣ ? କାହିକିଁ ଘୁଞ୍ଚୁଛି ବିବାଦର ଶୁଣାଣି ? କଣ ରହିଛି ଭିତର ଗୁମର କଥା? ଏହି ରାମରାମ କରି କିଛିବର୍ଷ ପାଇଁ କଂଗ୍ରେସ ଦେଶରେ ଭୋଟ ଭିକ୍ଷା କରି କ୍ଷମତା ନେଇଥିଲା । ଆଜି ମଧ୍ୟ ମୋଦି ଭଗବାନ ରାମ ନେଇ ବିବାଦକୁ ଝୁଲାଇ କ୍ଷମତାକୁ ଆସିଛନ୍ତି । ଆଜି ଯଦି ଏହାର ଫଳାଫଳ ପ୍ରକାଶ ପାଇବ ତେବେ ବିଜେପି ଦେଶରେ ରାମଙ୍କ ନାମରେ ଭୋଟ ଭିକ୍ଷା କରି ପାରିବ ନାହିଁ । ତେଣୁ ଏଥିପାଇଁ ମାମଲାକୁ ଝୁଲାଇ ରଖି ମତ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସମୟରେ ଯଦି ରାୟ ପ୍ରକାଶ ପାଇବ କିଛିମାତ୍ରାରେ ମୁସଲମାନ୍ଙ୍କ ସପକ୍ଷରେ ଯିବା ନିଶ୍ଚିତ ହୋଇଛି । ତେଣୁ ବିଜେପି ସପକ୍ଷରେ ଥିବା ଅଗଣିତ ହିନ୍ଦୁଙ୍କ ଭୋଟ ବିଗିଡ଼ି ଯିବ । ଯାହାକୁ ଦୁଷ୍ଟିରେ ରଖି ଏଭଳି ନାଟକୀୟ ଢଙ୍ଗରେ ଶୁଣାଣି ଚାଲିଛି । ଅନ୍ୟପଟେ ଦେଶରେ ହୋଇଥିବା ୫ଟି ରାଜ୍ୟରେ ନିର୍ବାଚନରେ ବିଜେପିର ପରାଜୟ ହେବାସହ ଜନମତ ବିଗିଡ଼ି ଯାଇଥିବା ଦେଖିବାକୁ ମିଳିଛି । ଆସନ୍ତା କିଛିମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ହିନ୍ଦୁ ଭୋଟକୁ କରାୟତ କରିବା ପାଇଁ ଏପରି ଚାଲ ଖେଳୁଛନ୍ତି ସରକାର । ଏଥିପାଇଁ ବାରମ୍ବାର ରାୟ ପ୍ରକାଶ ପାଇବାରେ ବିଳମ୍ବ ଘଟୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।