Home ରାଜ୍ୟ ନ୍ୟାର୍ଯ୍ୟ ଦାବିରେ ରାଜଧାନୀ ରାଜଭବନରେ ଗର୍ଜିଲା ଚାଷୀ !

ନ୍ୟାର୍ଯ୍ୟ ଦାବିରେ ରାଜଧାନୀ ରାଜଭବନରେ ଗର୍ଜିଲା ଚାଷୀ !


ଭୁବନେଶ୍ୱର: ହକ ପାଇଁ ଚାଷୀ ରାଜଧାନୀର ରାଜଭବନ ମୁହାଁ । ଚାଷୀଙ୍କ ଦାବି ଶୁଣୁନି ସରକାର । ଯେଉଁଥିପାଇଁ ଚାଷୀ ବାରମ୍ବାର ଆନ୍ଦୋଳନ ମୁହାଁ ହେଉଛନ୍ତି । ତେବେ ପୁଣି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଭୁବନେଶ୍ୱର ରଘୁନାଥପୁରରୁ ଆରମ୍ଭ କରାଯାଇ ରାଜଭବନ ମୁହାଁ ହେଉଛି । ତେବେ କୃଷକ ସଂଗଠନର ଦାବି ଯଦି ଜାନୁୟାରୀ ୩୧ ତାରିଖ ସୁଦ୍ଧା ଦାବିପୂରଣ ନହୁଏ, ତାହେଲେ ଏହି ଆନ୍ଦୋଳନ ଜୋରଦାର କରାଯିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି । ଅନ୍ୟପଟେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, କୃଷକଙ୍କ ସହ ୨ଥର ଆଲେଚନା ହେଲାଣି, ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି ।