Home ଦେଶ- ବିଦେଶ ରାଜନୀତିରେ ସମାଲୋଚକ କଥା କଥାରେ ବିରୋଧ; କିନ୍ତୁ ଜେଟଲୀଙ୍କ ବିପଦରେ ରାହୁଲଙ୍କ ମହନୀୟତା !

ରାଜନୀତିରେ ସମାଲୋଚକ କଥା କଥାରେ ବିରୋଧ; କିନ୍ତୁ ଜେଟଲୀଙ୍କ ବିପଦରେ ରାହୁଲଙ୍କ ମହନୀୟତା !

277

ନୂଆଦିଲ୍ଲୀ:ଦୀର୍ଘ ସମୟ ଧରି ଅର୍ଥମନ୍ତ୍ରୀ ଆରୁଣ ଜେଟଲି ବୃକକ ପ୍ରତିରୋପଣ ଚିକିତ୍ସା ସାରିବା ପରେ ଆମେରିକାରୁ ଫେରିଛନ୍ତି । ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଆଶୁ ଆରୋଗ୍ୟ କାମନାର ବାର୍ତ୍ତା ଆସୁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟିଟ୍ କରି ଆରୋଗ୍ୟ କାମନା କରିଛନ୍ତି । କହିଛନ୍ତି ‘ଆମେ ତୁମର ଏହି କଷ୍ଟ ମୁହୃର୍ତରେ ତୁମ ପରିବାର’ ସହ ଶତପ୍ରତିଶତ ରହିଥିବା ପ୍ରକାଶ କରିଛନ୍ତି । ଏହାସହ ମନ୍ତ୍ରୀଙ୍କ ଅସୁସ୍ଥ ଖବର ଶୁଣିବା ପରେ ମତେ ମର୍ମାହାତ କରିଥିଲା । ମୁଁ ଏବଂ କଂଗ୍ରେସ ପାର୍ଟି ତରଫରୁ ଭଲପାଇବା ଜଣାଇବା ସହ ଶିଘ୍ର ଆରୋଗ୍ୟ କାମନା କରୁଛୁ । ଦେଶ ରାଜନୀତିରେ ରାହୁଲ ବିରୋଧି ଦଳରେ ଥାଇ ପ୍ରତିମୁହୃର୍ତରେ ଆକ୍ରମଣ ଓ ପ୍ରତି ଆକ୍ରମଣର ଶିକାର ହେଉଥିବା ବେଳେ ବିପଦରେ ବନ୍ଧୁ ସାଜିଛନ୍ତି । ରାହୁଲଙ୍କ ଏପରି ମାନବୀକତାକୁ ନେଇ ସାରା ଦେଶର ବୁଦ୍ଧିଜୀବୀ ଲୋକ ପ୍ରଶଂସା କରିଛନ୍ତି । ଏହାସହ ବରିଷ୍ଠ କଂଗ୍ରେସ ନେତା ସଲମନ ଖୁସିଦ୍ ଓ ଓମାର ଅବଦୁଲା ପ୍ରମୁଖ୍ୟ ଜେଟିଲଙ୍କ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜେଟୀଲଙ୍କ ଆରୋଗ୍ୟ କାମନା କରିଛନ୍ତି । ସୂଚନାଅନୁଯାୟୀ ଲୋକସଭାରେ ଏନଡ଼ିଏର ଓ ବିଜେପିର ଶେଷ ବଜେଟ ଅଧିବେଶନ ସମୟରେ ସାଂସଦରେ ମନ୍ତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ମେ ମାସ ୨୦୧୮ରେ ଜେଟିଲଙ୍କ ଦିଲ୍ଲୀ ଏମ୍ସରେ ବୃକକ ପ୍ରତିରୋପଣ କରାଯାଇଥିଲା । ଏହାକୁ ଦୁଷ୍ଟିରେ ରଖି କେନ୍ଦ୍ରସରକାର ମେ ମାସ ୧୪ ତାରିଖରେ ରେଳମନ୍ତ୍ରୀ ପିୟୁସ ଗୋଏଲଙ୍କୁ ଅର୍ଥମନ୍ତ୍ରଣାୟଳୟ ଦାୟୀତ୍ୱ ଦିଆଯାଇଥିଲା । ଅଗଷ୍ଟ ମାସ ୨୩ ତାରିଖ ପରଠାରୁ ଦେହ ଅସୁସ୍ଥ ହେବା କରଣରୁ କୌଣସି ସରକାରୀ କାର୍ଯ୍ୟରେ ଯୋଗ ଦେଇନଥିଲେ ।