Ad imageAd image

ବିଜେପିରେ ଯୋଗ ଦେଲେ ସୀତା ସୋରେନ, ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ଜେଏମଏମ କୁ ବଡ ଝଟକା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜେଏମ୍ଏମ୍ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୋହୂ ସୀତା ସୋରେନ ବିଜେପିରେ ଯୋଗ ଦେଇଛନ୍ତି। ସେ ଜେଏମଏମ୍ ର ସାଧାରଣ ସମ୍ପାଦକ ଥିଲେ। ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ଜାମା ଆସନରୁ ବିଧାୟକ ଅଟନ୍ତି। ଶିବୁ ସୋରେନଙ୍କ ବଡ ପୁଅ ଦିବଙ୍ଗତ ଦୁର୍ଗା ସୋରେନଙ୍କ ସେ ପତ୍ନୀ। ଏହାପୂର୍ବରୁ ହେମନ୍ତ ସୋରେନ ସରକାରଙ୍କ ବିରୋଧରେ ସେ ଅନେକ ଅଭିଯୋଗ ଆଣିଛନ୍ତି। କୁହାଯାଏ ଯେ, କଳ୍ପନା ହେଉଛନ୍ତି ମୁଖ୍ୟ ଚରିତ୍ର

Odisha Hot News Odisha Hot News

କିଏ ଏହି ମୋନିଦୀପା ସର୍ଖେଲ, ବିଜେଡିରେ ମିଶିବା ପରେ ପାରାଦୀପ ରାଜନୀତି ହୋଇଛି ହଲଚଲ

ଭୁବନେଶ୍ବର: ମୋନିଦୀପା ସର୍ଖେଲ। ନିକଟରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ପାରାଦୀପ ରାଜନୀତି ହୋଇଉଠିଛି ସରଗରମ। କାରଣ ହେଲା, ସେ କଣ ଏଥର ପାରାଦୀପରୁ ବିଜେଡିର ପ୍ରାର୍ଥୀ ହେବେ କି ? ଏ ନେଇ ବିଜେଡି କର୍ମି ମହଲରେ ବେଶ ଗୁଂଜରଣ ସୃଷ୍ଟି ହେବାରେ ଲାଗିଛି। କେବଳ ପାରାଦୀପ ନୁହେଁ ଏପରିକି ବାଲିକୂଦା ଏରସମାରେ ମଧ୍ୟ ମୋନିଦୀପାଙ୍କୁ ନେଇ ଚାଲିଛି ଚର୍ଚ୍ଚା। ତେବେ ଏହି ମୋନିଦୀପା କିଏ ସେ ? ସେ କଣ ଆଗରୁ କେଉଁ ଦଳରେ ଥିଲେ କି ? 

Odisha Hot News Odisha Hot News

ରୋଗୀର ଶରୀରରେ ଦିଆଗଲା ଏଚ୍ ଆଇ ଭି ଏଡସ୍ ରୋଗୀର ରକ୍ତ !!

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ଜନୈକ ରୋଗୀଙ୍କୁ ଡାକ୍ତର କତ୍ତୃପକ୍ଷ ଏଡସ୍ ରୋଗୀ ଠାରୁ ସଂଗୃହୀତ ରକ୍ତକୁ ରୋଗୀ ଦେହରେ ଦେଇ ଦେଇଥିବା ସଂପୃକ୍ତ ରୋଗୀ ଅଭିଯୋଗ କରିଛନ୍ତି। ଯଦିଓ ଘଟଣାଟି ମାସେ ତଳର ତଥାପି ରୋଗୀର ପିତା ମାତା ଗରୀବ ଶ୍ରେଣୀର ଥିବାରୁ ତଥା ପାଠ ସେତେ ପଢି ନ ଥିବାରୁ ମାସେ ପରେ ଅଭିଯୋଗ କରିଛନ୍ତି। ରେଢାଖୋଲ ଥାନା ଡଇଁଚା ଗ୍ରାମର ଜନୈକ ୧୯ ବର୍ଷର ଛାତ୍ର (ସିକଲିନ୍ ରୋଗୀ ) ଗତ ତା ୧୫/୩/୨୦୨୪ ରେ

Odisha Hot News Odisha Hot News

ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ମଙ୍ଗଳବାରରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ

Odisha Hot News Odisha Hot News

ଅଟୋ ଓଲଟି ୧୩ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ମଧ୍ୟାହ୍ନରେ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପଙ୍କଳ ସାହି ବୁଲାଣି

Odisha Hot News Odisha Hot News

ବିଜେପିରେ ସାମିଲ ହେଲେ ରାଜଗାଙ୍ଗପୁର ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ

Odisha Hot News Odisha Hot News

ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ

ଭୁବନେଶ୍ୱର:  ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ

Odisha Hot News Odisha Hot News

ବାଣପୁର ପୋଲିସର ସହାୟତା ଲୋଡିଲେ ଆନ୍ଧ୍ରରେ ଠକେଇର ଶିକାର ହୋଇଥିବା ଶ୍ରମିକ

ବାଣପୁର: ନିକଟରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର

Odisha Hot News Odisha Hot News

ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ଏବଂ ରାଜ୍ୟ ସଶସ୍ତ୍ର ବାହିନୀ, ବସିଲା ବୈଠକ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ

Odisha Hot News Odisha Hot News

ସରିଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ, ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଆସିଲା ପ୍ରସ୍ତାବ

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା

Odisha Hot News Odisha Hot News

ଜେଲରୁ ୯ ଟି ମୋବାଇଲ ମିଳିବା ଏବଂ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ନେଇ ଥାନାରେ ମାମଲା

ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି।

Odisha Hot News Odisha Hot News

Sponsored Content

Global Coronavirus Cases

Confirmed

0

Death

0

More Information: Covid-19 Statistics

ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ

ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି କୁହାଯାଏ,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା । ଋଗ୍‌ବେଦ ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍‌ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦। ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର। ଆୟୁର୍ବେଦ ଏହାର ଉପବେଦ । ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ । ଯଜୁର୍ବେଦ କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ସାମବେଦ ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ । ଅଥର୍ବ ବେଦ ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ ।

Odisha Hot News Odisha Hot News