Home ଦେଶ- ବିଦେଶ କଂଗ୍ରେସକୁ ଆସିଲେ ନୂଆ ଅତିଥି ପ୍ରିୟଙ୍କା ଗାନ୍ଧୀ; ଲିଭାଇବେ ଗୁରୁ ଦାୟୀତ୍ୱ, କଂଗ୍ରେସ ଶିବିରରେ ଉତ୍ସାହ...

କଂଗ୍ରେସକୁ ଆସିଲେ ନୂଆ ଅତିଥି ପ୍ରିୟଙ୍କା ଗାନ୍ଧୀ; ଲିଭାଇବେ ଗୁରୁ ଦାୟୀତ୍ୱ, କଂଗ୍ରେସ ଶିବିରରେ ଉତ୍ସାହ !

ନୂଆଦିଲ୍ଲୀ: କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ରାଜନୀତିରେ ଏଟ୍ରିଂ ମାରିଛନ୍ତି । ଦଳରେ ଆସୁ ଆସୁ ବିଶ୍ୱାସରେ ସାଂଗଠନିକ ଗୁରୁଦାୟୀତ୍ୱ ଦେଇଛି ଦଳ । ଦେଶରେ ଆସୁଥିବା ସାଧାରଣ ନର୍ବାଚନରେ ଦଳକୁ ମଜଭୁତ କରିବା ପାଇଁ ଦଳ ଏପରି ନିଷ୍ପତି ନେଇଛି । ଆସନ୍ତା ଫେବ୍ରୁୟାରୀ ମାସରୁ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଉତ୍ତରପ୍ରଦେଶରୁ ଆରମ୍ଭ କରିବେ ଅଭିଯାନ । ଉତ୍ତରପ୍ରଦେଶରେ କଂଗ୍ରେସର ହାତକୁ ଅଖିଲେଶ ଛାଡ଼ିଥିବା ବେଳେ ଏବେ ଦୟନୀୟ ଅବସ୍ଥାରେ ଦଳର ସଂଗଠନ ରହିଛି । ଗୋଟାଏ ପଟେ ବିଜେପି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବୁଆ-ଆବୁଆ ମେଂଟ କଂଗ୍ରେସକୁ ଏକା କରିଛି । ଯାହା ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ଏକାକି ଶକ୍ତି ପ୍ରଦର୍ଶନ କରିବ । ଯାହାର ଗୁରୁ ଦାୟୀତ୍ୱ ବହନ କରିବେ ପ୍ରିୟଙ୍କା । ସେଥି ପାଇଁ ଦଳ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦେଶରେ ହୋଇଥିବା ନିକଟ ନିର୍ବାଚନରେ ଦଳର ପ୍ରଦର୍ଶନରେ ଉନ୍ନତି ହେବା ସହ ବିଜେପିର ଗଡ଼ ଭାଙ୍ଗି ଚୁରମାର କରିଥିଲା । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ବିଜେପିକୁ ଅମାନତ ପରାଜୟ କରିବା ସହ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଅବିଳମ୍ବେ ପାଳନ କରିଥିଲା । ଯାହା ଦେଶର ରାଜନୀତିକୁ ସରଗରମ କରିବା ସହ ରାଜନୀତି ଟେମ୍ପରଚରକୁ ବଢାଇଛି । ପୂର୍ବରୁ ପ୍ରିୟଙ୍କା ରାଜନୀତିରେ ପରୋକ୍ଷ ଭାବରେ ଅଂଶ ଗ୍ରହଣ କରିବା ସହ ମାଆ, ଭାଇ ଓ ଦଳୀୟ ନେତାଙ୍କ ପ୍ରଚାର କରୁଥିଲେ । ଏବେ ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରିୟଙ୍କା ଓଲ୍ଲାଇ ଶାସକ ଶିବିରକୁ ଅସ୍ତବ୍ୟସ୍ଥ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ବିରୋଧୀ ଆଂଚଳିକ ଦଳର ନେତୃତ୍ୱମାନେ ନାନାଦି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଦଳର ସାଧାରଣ ସଂମ୍ପାଦକ ଭାବେ ନିଯୁକ୍ତି କରିଛି । ଯାହାକୁ ନେଇ ଆମ ରାଜ୍ୟ କଂଗ୍ରେସରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ନେତୃତ୍ୱମାନେ ପ୍ରକାଶ କରିଛନ୍ତି ପ୍ରିୟଙ୍କା ଦଳରେ ଯୋଗଦାନ କଂଗ୍ରେସକୁ ବଳ ଦେବା ନେଇ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।