Home ରାଜ୍ୟ ଗର୍ଜି ଉଠିଲା ବନ୍ଧୁକ; ଫାଟିଲା ମୁଣ୍ଡ ଝାମ୍ପିନେଲେ ୩ଲକ୍ଷ !

ଗର୍ଜି ଉଠିଲା ବନ୍ଧୁକ; ଫାଟିଲା ମୁଣ୍ଡ ଝାମ୍ପିନେଲେ ୩ଲକ୍ଷ !


ପୁରୀ : ପୁରୀ ଜିଲ୍ଲା କାକଟପୁର କୋଣାର୍କ ମୁଖ୍ୟ ରାସ୍ତାରେ ଉଠିଲା ବନ୍ଧୁକ । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇଜଣ କର୍ମଚାରୀ ଟଙ୍କା କଲେକସନ୍ କରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟିନେଲେ ୩ଲକ୍ଷ ଟଙ୍କା । ସୂଚନା ଅନୁଯାଇ ଅର୍ଥ ଲଗାଣକାରୀ କର୍ମଚାରୀ ଦୁହେଁ ଟଙ୍କା କଲେକସନ କରି ଫେରୁଥିବା ସମୟରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ଏକ ଆପାଚି ଓ ପଲସର ଗାଡ଼ିରେ ପିଛା କରିଥିଲେ । କିଛି ସମୟ ପିଛା କରିବା ପରେ ସୁଯୋଗ ଦେଖି ତାଙ୍କୁ ଅଟାଇଥିଲେ । ତା’ପରେ ଯୁବକ ଦୁହିଁଙ୍କୁ କଲେକସନ ଟଙ୍କା ସହିତ ମୋବାଇଲ୍ ମାଗିଥିଲେ । କଲେକସନ ଟଙ୍କା ନଦେବାକୁ ମନା କରିବାରୁ ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫୁଟେଇ ଦେବାର ଧମକ ଦେଇଥିଲେ । ତେବେ କର୍ମଚାରୀ ଦୁହେଁ ଛାନିଆ ହୋଇ ୩ଲକ୍ଷ ଟଙ୍କା ସହିତ ମୋବାଇଲ ମଧ୍ୟ ସେମାନଙ୍କୁ ଦେଇଦେଇଥିଲେ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଚଂଳରେ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ୍ ଏହି ଘଟଣାର ସୂଚନା ପାଇ ସିସି ଟିଭି ଜାଞ୍ଚ କରିବା ସହ ସହରକୁ ତୋରାନ୍ୟୁତ କରୁଛି ।