Home ରାଜ୍ୟ ଝୁମାଉଛି ପଥଉତ୍ସବ !

ଝୁମାଉଛି ପଥଉତ୍ସବ !

 

ଭୁବନେଶ୍ୱର ; ଦୀର୍ଘ କିଛି ଦିନର ବ୍ୟବଧାନ ପରେ ଭୁବନେଶ୍ୱରରେ ପୁଣି ଆରମ୍ଭ ହୋଇଯାଇଛି ପଥଉତ୍ସବ । ଶୀତୁଆ ସକାଳରେ ପଥ ଉତ୍ସବର ମଜା ନେଉଛନ୍ତି ରାଜଧାନୀବାସୀ । ବିଭିନ୍ନ ସାାଂସ୍କୃତିକ କାର୍ଯ୍ୟକ୍ରମ ସହଭିନ୍ନ ଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଛନ୍ତି ରାଜଧାନୀବାସୀ । ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ନାଚ,ଗୀତ,ଖେଳ କୁଦର ଆସରା ଦେଖିବାକୁ ମିଳୁଛି । ଦୀର୍ଘ କିଛି ଦିନର ବ୍ୟବଧାନ ପରେ ପୁଣି ପଥଉତ୍ସବ ଆରମ୍ଭ ହୋଇଥିବାରୁ ରାଜଧାନୀବାସି ବି ବେସ୍ ଖୁସିର ସହ ଏହାକୁ ଉପଭୋଗ କରୁଛନ୍ତି । ଛୋଟ ଠୁ ବଡ ସମସ୍ତେ ମଜା ନେଉଛନ୍ତି ଏହି ଉତ୍ସବର । ବିଶେଷ କରି ଯୁବ ବର୍ଗ ଏହି କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିବା ସହ ସେଲଫି ନେଇ ନିଜର ଖୁସି ମନାଉଛନ୍ତି । ବହୁ କଳାକାରଙ୍କ ସହ ରାଜଧାନୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ସେହିପରି ପାରଦ୍ୱୀପରେ ମଧ୍ୟ ପ୍ରଥମ ଥର ପଇଁ ଆରମ୍ଭ ହୋଇଯାଇଛି ପଥ ଉତ୍ସବ । ସାରଳା ଦାସ ଛକ ଠାରୁ ପାରଦୀପ କଲେଜ ପର୍ଯ୍ୟନ୍ତ ରାସ୍ତା ସାରା ରଙ୍ଗୋଲି କରି ସଜେଇବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମୁଛନ୍ତି ପାରଦୀପବାସୀ । ପ୍ରଥମ ଥର ପାଇଁ ପାରାଦୀପର ମଧ୍ୟ ଏପରି କାଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଅଞ୍ଚଳବାସୀ ବେସ ଖୁସିଥିବା ଦେଖିବାକୁ ମିଳୁଛି ।