Home ରାଜ୍ୟ ବଲାଙ୍ଗିରେ ହାଇକୋର୍ଟ ସ୍ଥାୟୀ ବେଂଚ କୁ ନେଇ ବଢିଲା ବିବାଦ, କୋର୍ଟରେ ଦୌରାଜଜଙ୍କୁ ପୁରାଇ ଦେଲେନି...

ବଲାଙ୍ଗିରେ ହାଇକୋର୍ଟ ସ୍ଥାୟୀ ବେଂଚ କୁ ନେଇ ବଢିଲା ବିବାଦ, କୋର୍ଟରେ ଦୌରାଜଜଙ୍କୁ ପୁରାଇ ଦେଲେନି ଓକିଲସଂଘ !

138

ବଲାଙ୍ଗିର: ଦିନକୁ ଦିନ ବଢିବାରେ ଲାଗିଛି ବଲାଙ୍ଗିରେ ହାଇକୋର୍ଟ ସ୍ଥାୟୀ ବେଂଚ ବିବାଦ । ତେବେ ଆଜି ଦୌରାଜଜଙ୍କୁ କୋର୍ଟରେ ପୁରାଇ ଦେଲେନି ଆଇନଜୀବି । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବି । ଗତକାଲି ୨୪ଘଂଟିଆ ବନ୍ଦ୍ କରିଥିଲେ । ତେବେ ଆଜିଠାରୁ ବଲାଙ୍ଗୀର ଓକିଲ ସଂଘ ୧୦ଦିନିଆ କାର‌୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛିନ୍ତି । ଆଜିଠୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର‌୍ୟ୍ୟ ବନ୍ଦ ରଖିବାକୁ ଘୋଷଣା କରିଛି ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ କରୁଛନ୍ତି ଆଇନଜୀବି । ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।