ଭୁବନେଶ୍ବର: ସୋନୁଙ୍କୁ ବଦାନ୍ୟତା ଓ ମଣିଷ ପଣିଆର ତାରିଫରେ ଓଡିଶା ମୁଖ୍ୟମନ୍ତ୍ରୀ। ତାଲା ବନ୍ଦ ଯୋଗୁଁ କେରଳର କୋଚିରେ ଫସି ରହିଥିବା 177 ଜଣ ଓଡିଆ ଝିଅଙ୍କୁ ସାହାଯ୍ୟ କରିବା ଏବଂ ବିମାନ ଉଡ଼ାଣ ପାଇଁ ସହଯୋଗ କରିଥିବାରୁ ନବୀନ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତ
ସୂଚନା ଥାଉକି, ଲକଡାଉନ ସମୟରେ ଅଭିନେତା ସୋନୁ ସୁଦ ଅନେକ ପ୍ରବାସୀଙ୍କୁ ସାହାଯ୍ୟ କରିଥିଲେ। ସେ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ବିମାନର ଆୟୋଜନ କରିଥିଲେ ଯେଉଁଥିରେ କି କୋଚିରେ ଥିବା ଝିଅମାନଙ୍କୁ ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯିବାର ବ୍ୟବସ୍ଥା କରାଯାଇଥିଲା।