Home ରାଜ୍ୟ କରୋନା ଭୟରେ କନ୍‌ଭେନସନ୍‌ ହଲ୍‌ରେ ହେବ ବିଧାନସଭା କାର୍ଯ୍ୟ: ବାଚସ୍ପତି

କରୋନା ଭୟରେ କନ୍‌ଭେନସନ୍‌ ହଲ୍‌ରେ ହେବ ବିଧାନସଭା କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର :  କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯିବ। ଲୋକସେବା ଭବନ କନ୍‌ଭେନସନ୍‌ ହଲ୍‌ରେ ଏହି କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍‌ଭେନସନ୍‌ ହଲ୍‌ରେ ହେବ ବୋଲି ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତି କହିଛନ୍ତି, ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିଯୋଗୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହାଛଡ଼ା ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବାର ଆବଶ୍ୟକତା ରହିଛି। ସେଥିଲାଗି ବିଧାନସଭା କୋଠାରେ ବିଧାନସଭା ଅଧିବେଶନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍‌ଭେନସନ୍‌ ହଲ୍‌ରେ ୨ ମିଟର ବ୍ୟବଧାନରେ ବିଧାୟକମାନେ ବସିବେ। କେତେ ବିଧାୟକ ବିଧାନସଭା ଆସିବେ ସେନେଇ ଦଳୀୟ ନେତାମାନଙ୍କୁ କୁହାଯାଇଛି। ସେମାନଙ୍କ ୩୦% ବିଧାୟକଙ୍କୁ ବିଧାନସଭାକୁ ଆଣିବାକୁ କୁହାଯାଇଛି। ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ପାଇଁ କେବଳ ୩୦ ତାରିଖରେ ବିଧାନସଭା ବସିବ। ଏଣୁ ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।