Home Uncategorized ନିର୍ଦ୍ଦେଶକୁ ଅବମାନନା; ଚାହା ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କ ଉପରକୁ ଫିଙ୍ଗିଲା ଗରମ ତେଲ !

ନିର୍ଦ୍ଦେଶକୁ ଅବମାନନା; ଚାହା ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କ ଉପରକୁ ଫିଙ୍ଗିଲା ଗରମ ତେଲ !

ନୟାଗଡ଼ : ନୟାଗଡ଼ ସହର ନିକଟ ବକଳବନ୍ଧ ଗାଁରେ ଅମାନବୀୟ ଗ୍ରାହାକ । ଗାଁର ଜଳଖିଆ ଦୋକାନୀ କୃଷ୍ଣ ଚନ୍ଦ୍ର ସାହୁ ଗ୍ରାହକଙ୍କ ଅର୍ଡର ପୂରଣ କରିବାରେ ବିଳମ୍ବ କରିବାରୁ ନାରକୀୟ ନିର୍ଯାତନା ସହିବାକୁ ପଡ଼ିଛି । ଉତକ୍ଷିପ୍ତ ଗ୍ରାହାକ ଯୁଗଳ ଦେକାନ ଭଙ୍ଗାରୁଜା କରିବାସହ ଦୋକାନିକଙ୍କ ଉପରକୁ ଗରମ ତେଲ ଫିଙ୍ଗି ଦେଇଛି । ପରିବାର ଲୋକ କୃଷ୍ଣକୁ ଗରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି । ଆଜି ସକାଳେ ଦୋକାନରେ ଗହଳି ଥିବାବେଳେ ଗ୍ରାହାକ ଯୁଗଳ ଚାହା ମାଗିଥିଲେ । କିନ୍ତୁ ଚାହା ଟିକେ ଦେବାରୁ ବିଳମ୍ବ ହେବାରୁ ଯୁଗଳ ଗାଳିଗୁଜ କରି ଦୋକାନ ଭଙ୍ଗାରୁଜା କରିବା ସହ ଗରମ ତେଲ ଦୋକାନୀ ଉପରକୁ ଫିଙ୍ଗି ଥିଲା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।