Home ରାଜ୍ୟ ଆପୋଷହୀନ ଧାରା ମହାନାୟକ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ...

ଆପୋଷହୀନ ଧାରା ମହାନାୟକ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ !

ଭୁବନେଶ୍ୱର: ବାବୁ ଘର ଘର ପୁଅ ବୟସ ମାତ୍ର ୧୦ରୁ ୧୨ବର୍ଷ ହୋଇଥିଲା । ଗୁଲୁଗୁଲିଆ ଚେହେରା, ନଦେଖିବା ଲୋକ ବୁଲି ଦେଖୁଥିଲା । ଓଡ଼ିଶାର ସ୍କୁଲ ଓ ଓଡ଼ିଆ ପିଲାଙ୍କ ସହ ପଢୁଥିଲେ ମଧ୍ୟ ସାହେବ ଭଳି ଦିଶୁଥିଲେ । ଆଖିରେ ସୁନ୍ଦର ଚଷମା, କୋଟ-ପ୍ୟାଣ୍ଟରାଜକୀୟ ଠାଣିରେ ରେଭେନସା କଲେଜିଏଟ୍ ସ୍କୁଲ ଅସୁଥାନ୍ତି । ଦିନେ ହଠାତ ସ୍କୁଲର ପ୍ରଧାନଶିକ୍ଷକ ବେଣୀମାଧବ ଦସଙ୍କ ଏହି ପିଲା ଉପରେ ନଜର ପଡ଼ିଗଲା । ପ୍ରଧାନଶିକ୍ଷକ ମନେ କଲେ ନିଶ୍ଚିତ କୌଣସି ଏକ ସାହେବ ଘରର ପିଲା । ତାର ଆଖି ଦୁଇଟି ସତେ ଖୋଜି ବୁଲୁଥିଲା କୌଣସି ଏକ ଉତ୍ତର , ଶ୍ରୀଣୀରେ ପାଠ ପଢୁଥିବା ସମୟରେ ଅସ୍ତବ୍ୟସ୍ତ ହେଉଥାନ୍ତି । ଏବଂ ପ୍ରଧାନଶିକ୍ଷକଙ୍କ ନଜର ପଡ଼ିଗଲା ଏହି ବ୍ୟସ୍ତ ହେଉଥିବା ପିଲାଉପରେ ଠିଆ କରି ପଚରିଲେ କାହିକି ବିଚଳିତ ହେଉଛ ? ଆଉ ତୁମ ସାର୍ଟ ପ୍ୟାକେଟରେ ମଧ୍ୟରେ କଣ ରଖିଛ ? ତାହା ଉପରକୁ ଏକ ଫଟୋ ଭଳି ଦେଖା ଯାଉଛି । ନିର୍ଭକ କଣ୍ଠରେ ଛାତ୍ର ଜଚ୍ଚଙ୍କ କହିଲେ ସାର ମୁଁ ଶହୀଦ ଖୁଦୀରାମଙ୍କ ଫଟୋ ରଖିଛି । କାହିଁକି ରଖିଛ ? ଉତ୍ତର ମିଳିଲା ନଷ୍ଠର ଇଂଗ୍ରେଜ ଆମ ଦେଶର ଏହି ବୀର ଯୁବକକୁ ନିର୍ମମ ଭାବେ ହତ୍ୟା କରିଛି । ପ୍ରଧାନଶିକ୍ଷକ ପୁଣି ଥରେ ପଚାରିଲେ ତୁମକୁ କଣ ଫାଇଦା ମିଳିବ । ନିର୍ଭୟ ସ୍ୱରରେ ଛାତ୍ର ଜଚ୍ଚଙ୍କ ଉତ୍ତର ଦେଲେ କହିଲେ ସାରେ ମୁଁ ବଡ଼ ହେଲେ ଖୁଦୀରାମ ହେବି ଦେଶ ପାଇଁ ଜୀବନ ଦେବି । ପ୍ରଧାନଶିକ୍ଷକ ପ୍ରଥମ ଦିନରୁ ଏପରି ଉତ୍ତର ଶୁଣି ଅବାକ ହୋଇପଡ଼ିଲେ । ଏହି ବାଳକଟି ଆଉ କେହି ନୁହନ୍ତି । ସେ ହେଉଛନ୍ତି ସୁବାସ ଚନ୍ଦ୍ର ବୋଷ । ୧୮୯୭ ମସିହା ଆଜିର ଦିନରେ ଓଡ଼ିଶାର କଟକ ସହରର ଓଡ଼ିଆ ବଜାର ଜନ୍ମ ଗ୍ରହଣ କରିଥିଲେ ।

ଏପରି ଢଙ୍ଗରେ ସ୍କୁଲ ଜୀବନୀ ଆରମ୍ଭ କରିଥିଲେ ପ୍ରତି ମୃର୍ହୂତ୍ତରେ ବଡ଼ ହେବା ପାଇଁ ଜିଜ୍ଞାସୁ ହୋଇ ପଡ଼ୁଥିଲେ । ଇଂଗ୍ରେଜର ଲାଂଛନା ନିର୍ଯାତନାରୁ ଦେଶକୁ ମୁକ୍ତ କରିବା ପାଇଁ ସୁବାସ ଅସ୍ତିର ହୋଇ ପଡ଼ୁଥିଲେ । ଦିନେ ହଠାତ କିଶୋର ସୁବାସ ବାପାଙ୍କ ନିକଟରେ ଅଝଟ କଲେ କହିଲେ ବାପା ମୁଁ ଆଉ ବାବୁ ଘର ପୋଷାକ ପିନ୍ଧି ସ୍କୁଲ ଯିବି ନାହିଁ । ବାବା ପଚାରିଲେ କାହିକି ? ତୁମକୁ ତ ଏହି କୋଟ ପ୍ୟାଣ୍ଟ ଭଲ ଦିଶୁଛି ତାହେଲେ ତୁମେ କାହିଁକି ମନା କରୁଛି । ବାବା ବିଦେଶୀ ପୋଷାକ ନୁହେଁ ମୁ ସ୍ୱଦେଶୀ ପୋଷାକ ଧୋତି-ପଞ୍ଜାବି ପିନ୍ଧି ସ୍କୁଲ ଯିବି । ଏତିକିରେ ସରିନାହିଁ ସ୍କୁଲର ଜୀବନର ଇତିହାସ । ସୁବାସ ପାଠରେ ସ୍କୁଲରେ ପ୍ରଥମ ହେଉଥିବା ବେଳେ ସଂସ୍କୃତରେ ଥିଲେ ଅତ୍ୟନ୍ତ ଦୁର୍ବଳ, ସିଏ କିନ୍ତୁ ଶହେରୁ ଶହେ ନମ୍ବର ରଖି ସ୍କୁଲରେ ସମସ୍ତଙ୍କ ଅତି ଆପଣାର ହୋଇଥିଲେ ।
ଧନୀ ଘରର ପୁଅ ଥିଲେ ସୁବାସ । ଗରୀବ ମଣିଷର ଦୁଃଖ ବେଦନା ତାଙ୍କୁ ଅସ୍ତବ୍ୟସ୍ତ କରୁଥିଲା । ସ୍କୁଲରେ ପଢୁଥିବା ବେଳେ ଅସହାୟ ବୃଦ୍ଧାଙ୍କୁ ନିଜ ଖାଇବରୁ ପିଲା ବେଳେ ଏକ ବଡ଼ ମାନବୀକତା ସୃଷ୍ଟି କରିଥିଲେ । ଏହି ପରି ଭାବରେ ସ୍କୁଲ ଜୀବନ ଶେଷ ହୋଇଥାଏ । ଆଉ ଟିକେ ରୋମାଚଂକର ହୋଇଥିଲା କଲେଜ ଜୀବନ । କଲିକତା ପ୍ରେସିଡେନସି କଲେଜରେ ପଢିଲେ ସୁବାସ । ଏଠି କିନ୍ତୁ ଅନ୍ୟାୟକୁ ସମ୍ନା କରିବା ସହ ଜବାବ ଦେଖିବାକୁ ମିଳିଥିଲା । ୧୯୧୬ ମସିହାର ଘଟଣା । କଲେଜ ବାର୍ଷିକ ଉତ୍ସବରେ ଭାରତୀୟ ଅଧ୍ୟାପକ ଖଗେନ ମିତ୍ର ଦେଶତ୍ମକ ବୋଧକ ସଂଗୀତ ଗାଇଥିଲେ । ଯାହାକୁ ନେଇ ଇଂଗ୍ରୋଜୀ ଅଧ୍ୟାପକ ମିଃ ଓଟେନ୍ କ୍ଷୁବ୍ଧ ହୋଇ ତାଙ୍କ ବ୍ୟକ୍ତବ୍ୟରେ ଭାରତୀୟମାନଙ୍କୁ ଗାଳି ଗୁଳଜ କରିଥିଲେ । ଯାହାକୁ ନେଇ ସୁବାସଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିଲା ଆନ୍ଦୋଳନ । ଶେଷରେ ମାଧ୍ୟ ହୋଇ ଓଟେନ ସାହେବ ଆନ୍ଦୋଳନ ଆଗରେ ମଥା ନୁଆଇବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଯାହାର ପ୍ରତିଶୋଧ ପରାୟଣ ହୋଇ କଲେଜ କର୍ତୃପକ୍ଷ ସୁବାସଙ୍କୁ କଲେଜରୁ ବହିସ୍କାର କରିଥିଲେ । ଏହି ବହିସ୍କାର କୁ ନେଇ ସୁବାସ କହନ୍ତି ‘ ମୁଁ ଏହି ଘଟଣାରେ ଦୁଃଖିତ ନଥିଲି, ଏବଂ ଚରମ ସନ୍ତୋଷ ଓ ତୃପ୍ତି ଲାଭ କରିଥିଲି ଯେ ମୁଁ ଠିକ୍ କାମ କରିଛି , ସେଦିନ ମୁଁ ଏକ ବଡ଼ ନେତୃତ୍ୱର ସ୍ୱାଦ ପାଇଥିଲି । ଏହି ଆଦର୍ଶ ପାଇଁ ଦୁଃଖ ବରଣ କରିବାର ଗଭୀର ଅନନ୍ଦ ଦେଇଥିଲା’ । ଏହି ପରି ଭାବାରେ ଘାତ ପ୍ରତିଘାତ ମଧ୍ୟରେ ସୁବାସଙ୍କ ଉଚ୍ଚ ଶିକ୍ଷା ସମାପ୍ତ ହୁଏ । ଠିକ୍ ଏହି ସମୟରେ ଦେଶରେ ଇଂଗ୍ରେଜର ନିର୍ଯାତନାର ବଢିଚାଲିଥାଏ । ଏପରି ସମୟରେ ସୁବାସଙ୍କ ଇଚ୍ଛା ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବା କିନ୍ତୁ ବାପାଙ୍କ ଇଛା ପୁଅ ବିଦେଶରେ ଯାଇ ଆଇଏସ ପାଇଁ ପ୍ରସ୍ତୁତି ହେବା ପାଇଁ ନିର୍ଦ୍ଦେଶ ଆସିଥିଲା । ମାତ୍ର ଅଳ୍ପ କେତେଦିନର ପ୍ରସ୍ତୁତିରେ ସେ ଆଇସିଏସ ପରୀକ୍ଷାରେ ଦେଶରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ । ଏହି ସଫଳତାରେ ପରିବାର ବନ୍ଧୁ ପରିଜନ ଆତ୍ମୀୟଙ୍କ ଠାରୁ ବେଶ ପ୍ରଶଂସା ମିଳିଥିଲା । ସମସ୍ତେ ଭାବିଥିଲେ ସୁବାସ ନିଶ୍ଚିତ ଇଂଗ୍ରେଜ ପାଖରେ ବଡ଼ ସାହେବ ଚାକିରି କରିବେ କିନ୍ତୁ ସୁବାସଙ୍କ ନିଷ୍ପତି ଓଲଟା । ଇଂଗ୍ରେଜ ନିକଟରେ ଗୋଲାମୀ କରିବା ଯାହା ସୁବାସଙ୍କ ବିବେକ ନିକଟରେ ସାଲିସ କରିନଥିଲା । ଇଂଗ୍ରେଜ ବିରୋଧରେ ସ୍ୱର ଉଠାଇବା ସହ ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେଲେ । ଏହି ଯୁବକର ଏପରି କୋଠର ନିଷ୍ପତିକୁ ନେଇ ଦେଶର ବହୁ ସ୍ୱାଧୀନତା ପ୍ରେମୀ ଜନତା ସ୍ୱାଗତ କଲେ । ଦେଶର ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ଦେଇ ୧୯୩୮ ମସିହାରେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେଲେ । ୧୯୩୯ ମସିହାରେ ପୁର୍ଣ୍ଣରବାର ଗାନ୍ଧୀଜୀଙ୍କ ସମର୍ଥତ ପ୍ରାର୍ଥୀଙ୍କୁ ହରାଇ ଦ୍ୱୀତୀୟ ଥର ପାଇଁ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେଲେ । ଏହି ପରି ସମୟରେ ସାଲିସବିହୀନ ଆନ୍ଦୋଳନ ଜୋରଦାର ହେଲା ଆଉ ଅହିଂସା ଆନ୍ଦୋଳନ କମଜୋର ହେଲା । ଯାହାକୁ ନେଇ ଜାତୀୟ କଂଗ୍ରେସରେ ସୁବାସଙ୍କ ବିରୋଧରେ ଚାଲିଲା ସଡ଼ଯନ୍ତ୍ର । ଗାନ୍ଧୀଜୀଙ୍କ ଅହଂସା ପ୍ରେମୀ ଓ ବାମପନ୍ଥୀମାନେ ବିଭିନ୍ନ ସମୟରେ ସୁବାସଙ୍କ ବିରୋଧରେ କଟୁ ସମାଲୋଚନା କରିଥିଲେ । ଶେଷରେ ବାଧ୍ୟ ହୋଇ ସୁବାସ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହି ଠାରୁ ଦେଶର ଆନ୍ଦୋଳନ ପୁଞ୍ଜିପତିଙ୍କ ହାତକୁ ଚାଲିଯାଇଥିବା ଚର୍ଚ୍ଚା ହୋଇଥିଲା । ଏପରି ସମୟରେ ୧୯୪୨ମସିହା ସୁବାସ ଦେଶ ଛାଡ଼ ଜାପାନରେ ଆରମ୍ଭ କରନ୍ତି ଆଜାଦ ହିନ୍ଦୀ ଫୌଜ ଗଠନ କରି ଇଂଗ୍ରସର ସାମ୍ରାଜ୍ୟକୁ ଥରାଇଥିଲେ । ନିରୂପାୟ ହୋଇଥିଲା ବିଶାଳ ଇଂଗ୍ରେଜ ସାମ୍ରାଜ୍ୟ ବାଧ୍ୟ ହୋଇ ୧୯୪୭ ମସିହା ଦେଶ ଛାଡ଼ିଥିଲା ।