Home ରାଜ୍ୟ ନବରଙ୍ଗପୁର ଜିଲ୍ଲା ଧଡରା ଏଏନଏମ ନର୍ସିଂ ଇନଷ୍ଟୁିଚ୍ୟୁଟରେ ଛାତ୍ରୀଙ୍କ ଅସାଦାଚରଣ ଅଭିଯୋଗ !

ନବରଙ୍ଗପୁର ଜିଲ୍ଲା ଧଡରା ଏଏନଏମ ନର୍ସିଂ ଇନଷ୍ଟୁିଚ୍ୟୁଟରେ ଛାତ୍ରୀଙ୍କ ଅସାଦାଚରଣ ଅଭିଯୋଗ !

ନବରଙ୍ଗପୁର: ପୁଣି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଧଡରା ଠାରେ ଥିବା ଏଏନଏମ ନର୍ସିଂ ଇନଷ୍ଟୁିଚ୍ୟୁଟରେ ଛାତ୍ରୀଙ୍କ ଅସାଦାଚରଣ ଅଭିଯୋଗ ଆସିଛି । ଛାତ୍ରୀମାନେ ପରୀକ୍ଷା ଦେଉଥିବା ସମୟରେ ଦାୟୀତ୍ୱରେ ଥିବା ସହାୟକ ଜିଲ୍ଲାପାଳ ମଧୂସୂଦନ ମାଝୀଙ୍କ ନାମରେ ଥାନରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ସହାୟକ ଜିଲ୍ଲାପାଳଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଏପରି ଅଭିଯୋଗ କୁ ଭିତ୍ତିହୀନ କହିଛନ୍ତି ସହାୟକ ଜିଲ୍ଲାପାଳ । ଛାତ୍ରୀମାନେ କପି କରୁଥିବା ସମୟରେ ପ୍ରତିବାଦ କରିଥିବାରୁ ଏପରି ଷଡ଼ଯନ୍ତ୍ର ଚରିଥିବା ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ ସାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋସ ପ୍ରକାଶ ପାଇଛି