Home ରାଜ୍ୟ ନବରଙ୍ଗପୁର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁଙ୍କୁ ଅପହରଣ ମାମଲା; ୩ ଅଭିଯୁକ୍ତଙ୍କୁ ଗିରଫ କଲା...

ନବରଙ୍ଗପୁର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁଙ୍କୁ ଅପହରଣ ମାମଲା; ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ !


ନବରଙ୍ଗପୁର: ନବରଙ୍ଗପୁର ସାଂସଦଙ୍କ ଚନ୍ଦହୋଣ୍ଡି ବ୍ଲକ୍ ପ୍ରତିନିଧି ତଥା ବିଶିଷ୍ଟ ବ୍ୟବସାୟୀ ସୁନୀଲ କୁମାର ସାହୁଙ୍କୁ ଅପହରଣ ମାମଲା । ତିନି ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏହାକୁ ନେଇ ଜିଲ୍ଲା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଥାନା କୁକୁଡ଼ା ବାଇ ଗାଁର ସୁରୋସ କୁମାର ନାୟକ, ଏଲୀୟାସ ସିଙ୍ଗାଲ ଓ ଗୁଡୁ ହରିଜନ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ପୋଲିସ ଛତିଶଗଡ଼ର କର୍ପାଉଣ୍ଡ ଗାଁରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏମାନଙ୍କ ଠାରୁ ନଗଦ ୨୦ହଜାର ଟଙ୍କା ସହ ଏକ ବାଇକକୁ ଜବତ କରିଛି । ସୂଚନାଅନୁଯାୟୀ ଗତ ନଭେମ୍ବର ୮ତାରିଖରେ ବ୍ୟବସାୟୀ ନିଜ ବାଇକ ଯୋଗେ ନିଜ ବାସଭବନ ଚନ୍ଦାହାଣ୍ଡିକୁ ଫେରିବା ବାଟରେ କିଛି ମୁଖାଲଗା ଦୁର୍ବୃତ୍ତ ଅପହରଣ କରିନେଇଥିଲେ । କିନ୍ତୁ ବ୍ୟବସାୟୀଙ୍କୁ ନଭେମ୍ବର ୧୨ ତାରିଖରେ ଛାଡ଼ି ଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଏକ ପିସ୍ତଲ, ଦୁଇଟି ଅଫୁଟା ଗୁଳି ସହିତ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିଥିଲା ।