Home ରାଜ୍ୟ ସ୍ୱାମୀ ନୁହେଁ ତ ନରରାକ୍ଷସ , ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !

ସ୍ୱାମୀ ନୁହେଁ ତ ନରରାକ୍ଷସ , ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !

ମୋହନା : ସ୍ୱାମୀ ପାଲଟିଆ ନରରାକ୍ଷସ । ଭୁଲିଗଲା ନିଜର ହିତାଧିଜ୍ଞାନ । ଫଲରେ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତେି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କ୍ରିଡାସିଂ ଗାଁରେ । ମୃତ ମହିଳା ଜଣଙ୍କ ହେଲେ କ୍ଷୀର ରଣଷଣ୍ଢ । ଅଭିଯୁକ୍ତ ସଦ୍ୱାମୀ ହେଲେ କୋରା ରଣଷଣ୍ଢ । ସେପଟେ ଘଟଣାର ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତକରିବା ସହ ଅଭିଯୁକ୍ରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ତାହାସହିତ ତଦନ୍ତ ଚଳାଇଛି ପୁଲିସ । ଅନ୍ୟପଟେ ପରିବାର କଳହକୁ ନେଇ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହାଣିଥିବା ଅଭିଯୋଗ ହୋଇଛି ।