Home ରାଜ୍ୟ ମାଓବାଦୀଙ୍କ ସହୀଦ ସପ୍ତାହରେ ମାଓତାଣ୍ଡବ; ମେଳିକରି ଆସିଲେ ଡ୍ରାଇଭରକୁ ନିସ୍ତୁକ ପିଟିଲେ ବସ ଜାଳିଦେଲେ !

ମାଓବାଦୀଙ୍କ ସହୀଦ ସପ୍ତାହରେ ମାଓତାଣ୍ଡବ; ମେଳିକରି ଆସିଲେ ଡ୍ରାଇଭରକୁ ନିସ୍ତୁକ ପିଟିଲେ ବସ ଜାଳିଦେଲେ !

ମାଲାକାନଗିର: ମାଓବାଦୀଙ୍କ ସହୀଦ ସପ୍ତାହ ଚାଲୁଥିବା ବେଳେ ଆଜି ମାଓତାଣ୍ଡବ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମହୁପଦର ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି । ମୁଣ୍ଡାଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ବସକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ୨୦ରୁ୩୦ ମାଓବାଦୀ ଆସି ନଡ଼ିଆ ରାଣୀ ନାମକ ବସକୁ ପୋଡ଼ି ଦେବା ସହ ଗାଡ଼ି ଚାଳକକୁ ନିସ୍ତୁକ ପିଟିଥିଲେ । ମାଓବାଦୀମାନେ ସହୀଦ ସପ୍ତାହ ପାଳନ କରୁଥିବା ବେଳେ ଏହାକୁ ସମର୍ଥନ କରିବା ପାଇଁ ପ୍ରାଜାକୋର୍ଟରୁ ତାଗିଦ୍ ଦିଆଯାଇଥିଲା କିନ୍ତୁ ନଡ଼ିଆ ରାଣୀ ବସଟି ମାଓବାଦୀଙ୍କ ତାଗିଦ୍କୁ ବେଖାତିର କରି କୋମାରପାଲ୍ଲୀ ଠାରୁ ମୋଟକୁ ଯାତାୟତ କରୁଥିଲା । ଯାହାକୁ ନେଇ ମାଓବାଦୀମାନେ ଏପରି ବର୍ବର କାଣ୍ଡ ଘଟଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ସାରା ଅଂଚଳରେ ଭୟର ବାତାବରଣ ଲାଗି ରହିଛି