Home ରାଜ୍ୟ ବାତିଲ ହେଲା ୬ଟି ଖଣିର ଲିଜ, ଅବଧୀ ଶେଷ ପୂର୍ବରୁ ଦେଇନଥିଲେ ଜରିମାନା !

ବାତିଲ ହେଲା ୬ଟି ଖଣିର ଲିଜ, ଅବଧୀ ଶେଷ ପୂର୍ବରୁ ଦେଇନଥିଲେ ଜରିମାନା !

ଭୁବନେଶ୍ୱର: ବାତିଲ ହେଲା ୬ଟି ଖଣିର ଲିଜ । ତେବେ ଖଣି ନିୟମ ଉଲ୍ଲଂଘନ ଓ ଅନାଦାୟ ଅଭିଯୋଗରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ୬ ଟି ବାତିଲ ଖଣି ମଧ୍ୟରେ ରହିଛି ଭଞ୍ଜ ମିନେରାଲ ଲି. ଇଙ୍ଗାଣିଝରଣ ଲୁହାପଥର ଓ ମାଙ୍ଗାନିଜ ଖଣି, ଏଚ୍ଜି ପାଣ୍ତ୍ୟା ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ ଖଣି, ଏମ୍ଆର ଦାସ ଦେଓଝର ଲୁହାପଥର ଖଣି, ମିନେରାଲ ଟ୍ରେଡି˚ ସିଣ୍ତିକେଟ ଭୋଳବେଡ଼ା ଲୁହାପଥର ଖଣି, ଅର୍ଜୁନଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ ଖଣି ଏବ˚ ବିଡି ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି । ସେପଟେ ଖଣି ଇସ୍ପାତ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଉଛନ୍ତି ଯେ, ଜୋରିମାନା ଦେଇନଥିବାରୁ ଲିଜ ବାତିଲ କରାଯାଇଛି । ଏହା ବ୍ୟତୀତ ୩୧ଟି ଖଣି ମାଲିକ ଜରିମାନା ଦେଇନାହାଁନ୍ତି । ଏହି ଖଣି ଗୁଡ଼ିକୁ ୩୧.୦୩.୨୦୧୦ ପର‌୍ୟ୍ୟନ୍ତ ସମୟ ଦେଇଛନ୍ତି ସରକାର । ୨୫ଟି ଖଣି ମାଲିକ ରିଜିଓନାଲ ମାଇନିଂ ଅଥରିଟିଙ୍କ ଠାରୁ ଷ୍ଟେ ଆଣିଛନ୍ତି । ୬ଟି ଖଣି ମାଲିକ ଷ୍ଟେ ଆଣି ନଥିବାରୁ ଲିଜ ବାତିଲ ହୋଇଛି ।
ଅନ୍ୟପଟେ ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୧୬ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ । ୩୧ଡିସେମ୍ବର ୨୦୧୭ ସୁଦ୍ଧା ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ପ୍ରକାଶ କିରଥିଲେ । କିନ୍ତୁ ଅବଧୀ ପୂର୍ବରୁ ଖଣି କମ୍ପାନୀମାନେ ଜରିମାନା ଅର୍ଥ ଦେବାରେ ଅବହେଳା କରିଥିଲେ । ଫଳରେ ନିଲାମ ହୋଇଛି ୬ଟି ଖଣି ।