Home ରାଜ୍ୟ ଭରସା ଦେଲେ ଗୃହମନ୍ତ୍ରୀ , ମିଳିବ ଓଡିଶାକୁ ତିତଲି ସହାୟତା, ଅପେକ୍ଷାରେ ବତ୍ୟାକ୍ଷତିଗ୍ରସ୍ଥ !

ଭରସା ଦେଲେ ଗୃହମନ୍ତ୍ରୀ , ମିଳିବ ଓଡିଶାକୁ ତିତଲି ସହାୟତା, ଅପେକ୍ଷାରେ ବତ୍ୟାକ୍ଷତିଗ୍ରସ୍ଥ !

128


ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ପଦେକ୍ଷପ । ତେବେ ଓଡିଶାକୁ ତିତଲି ସହୟତା ଯୋଗାଇ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ନବୀନ । ତେବେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସହୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ସିଂହ । ସୂଚନାମୁତାବକ, ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ଚିଠିଲେଖି ଜଣାଇଥିଲେ କି , ବାତ୍ୟା ତିତଲି ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକାରୀ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ । କିନ୍ତୁ ଆନ୍ଧ୍ରକୁ ସହୟତା ମିଳିଥିଲେ ମଧ୍ୟ ଓଡିଶାକି ମିଳିନଥିଲା । ତେଣୁ ଏତେବେ ଏହି ଚିଠିରେ ନବୀନ ଦର୍ଶାଇଥିଲେ ତିତଲି ଯୋଗୁଁ ଓଡିଶାର ୧୭ଟି ଜିଲ୍ଲାର ୧୨୮ଟି ବ୍ଲକର ୬୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ ।ତେଣୁ ୨ହଜାର ୨୩ କୋଟି ଟଙ୍କା ସହାୟତା ଯୋଗାଇଦେବାକୁ କେନ୍ଦ୍ରକୁ ଦାବିପତ୍ର ଦେଇଥିଲେ ରାଜ୍ୟ ସରକାର । ତିତଲି ବାତ୍ୟାର ରିଲିଫ ଓ ପୁନରୁଦ୍ଧାର
କାର୍ଯ୍ୟ ପାଇଁ ୨୭ଶହ ୭୯କୋଟି ଟଙ୍କା ଆବଶ୍ୟକ ଥିବା ରାଜ୍ୟ ସରକାର କହିଥିଲେ । ଅନ୍ୟପଟେ ପୂର୍ବରୁ ଆନ୍ଧ୍ରକୁ ସହାୟତା ଯୋଗାଇ ଦିଆଯାଇ ଥିବାବେଳେ ଓଡିଶାକୁ ଦିଆଯାଇନଥିବାରୁ ଏହାକୁ ନେଇ ପୁଣି କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ । ଯାହା ଆଜି ନବୀନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତୁଶ୍ରୁତି ମିଳିଛି । ତେବେ ଏହି ପ୍ରତିଶ୍ରୁତି କେତେ ଦୂର ସତ୍ୟତା ରହିଛି ଚାହୀଁ ରହିଛନ୍ତି ଓଡିଶାବାସୀ
।