Home ରାଜ୍ୟ ଲାଲକରିଡର ଛାଡିଲେ ଶାନ୍ତି !

ଲାଲକରିଡର ଛାଡିଲେ ଶାନ୍ତି !

ମାଲକାନଗିରି ; ଲାଲକରିଡର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ମାଓନେତ୍ରୀ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ନେତ୍ରୀ ଶାନ୍ତି । ଏନେଇ ମାଲକାନଗିରି ଏସପି ଜଗମୋହନ ମୀନଙ୍କ ସୂଚନା । ତେବେ ପୂର୍ବରୁ ଶାନ୍ତିଙ୍କ ନାଁରେ ୭ରୁ ଅଧିକ ହତ୍ୟାକାଣ୍ଡ ଅଭିଯୋଗ ଥିଲା । ଏହାସହିତ ଅନେକ ମାମଲାରେ ଅଭିଯୁକ୍ତ ମଧ୍ୟ ଥିଲେ । ଶାନ୍ତି ୨୦୦୮ ରୁ ମାଓ କାର୍ଯ୍ୟକଳାପ ସହ ଜଡିତ ଥିଲେ । ସେ ଗୁମ୍ମା ଆଞ୍ଚଳିକ କମିଟିର ଏସିଏମ୍ ଭାବେ ସକ୍ରିୟ ଥିଲେ । ତେବେ ବିଚ୍ଛିନ୍ନାଞ୍ଚଳରେ ହେଉଥିବା କାର୍ଯ୍ୟରେ ଖୁସି ହୋଇ ଶାନ୍ତି ମାଓ ସଂଗଠନ ଛାଡିଥିବା ପ୍ରକାଶ କରିଛନ୍ତି ।