ମାଲକାନଗିରି:ମଦ୍ୟପ ସ୍ୱାମୀର ନିର୍ଯାତନା ସହିହେଲାନି, ଶେଷରେ ଚରମ ନିଷ୍ପତି ନେଲେ ମାଆ ଓ ଝିଆ ବାପାଙ୍କୁ ଜିଅନ୍ତା ମାରି ଜଙ୍ଗଲରେ ପୋଡ଼ି ଦେଇଥିଲେ । ମାଲକାନଗିରି ଜିଲ୍ଲା ସଦର ଥାନା କାମବେଡା ପଂଚାୟତ ବଳକାଟି ଗାଁରେ ଏପରି ଛାତିଥରା ଘଟଣା ଘଟିଛି । ଗତ ଡିସେମ୍ବର ୭ ତାରିଖରେ ସଦର ଥାରେ ମୃତ ପଦିଆ ମାଡକାମୀଙ୍କ ପୁତୁରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ହତ୍ୟା ରହସ୍ୟର ଗୁମର ଫିଟାଇଛି । ଅଭିଯୁକ୍ତ ମାଆ ଓ ଝିଅକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଅନୁଯାୟୀ ଗତ ସୋମବାର ଦିନ ଗ୍ରାମ ନିକଟ ଜଙ୍ଗଲରେ ଏକ ମୃତ ଦେହର କଙ୍କାଳ ପଡ଼ିଥିବା ପୋଲିସକୁ ଜଣାଇଥିଲେ ଗ୍ରାମବାସୀ । ଜଙ୍ଗଲରୁ କଙ୍କାଳର ନମୁନା ସଂଗ୍ରହ କରି କୋରାପୁଟ ଫରେନ୍ସିକ୍ ଲାବ୍କୁ ପଠାଇଥିଲା । ସେଠାରୁ ରିପୋର୍ଟ ଅସିବା ପୂର୍ବରୁ ପୋଲିସ ହତ୍ୟାର ରହସ୍ୟ ଜାଣିପାରିଥିଲା । ମୃତ ସ୍ୱାମୀ ବାହାର ରାଜ୍ୟରେ କାମ କରୁଥିଲେ ମଧ୍ୟ ଯେଉଁ ସମୟରେ ଘରକୁ ଆସୁଥିଲେ ମାଆ ଓ ଝିଅକୁ ମଦ୍ୟପାନ କରି ନିର୍ଯାତନା ଦେଉଥିଲେ । ଯାହାକୁ ନେଇ ମାଆ ଓ ଝିଅ ଏପରି ଚରମ ଚିସ୍ପତି ନେଇଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ।