Home ରାଜ୍ୟ ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ ଅଭାବନୀୟ ଘଟଣା; ଜଙ୍ଗଲି ବାରହା ଖାଇଦେଲା ଝିଅ ପାପୁଲି !

ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ ଅଭାବନୀୟ ଘଟଣା; ଜଙ୍ଗଲି ବାରହା ଖାଇଦେଲା ଝିଅ ପାପୁଲି !

ଖୋର୍ଦ୍ଧା: ସଦର ଥାନା ଦଧିମାଛଗାଡ଼ିଆ ନିକଟରେ ଅଭାବନୀୟ ଘଟଣା । ଏକ ଜଙ୍ଗଲି ବାରହା ଜଣେ ଶିଶୁକନ୍ୟାର ପାପୁଲି ଛିଡ଼ାଇ ନଇଥିବା ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ ଶିଶୁଟିର ବାପା ମାଆ ଏକ କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । କ୍ରସରରେ ବାପା ଓ ମାଆ କାମ କରୁଥିବା ବେଳେ ଶିଶୁଟି ନିକଟରେ ଖେଳୁଥିଲା । ଏହି ସମୟରେ ଏକ ଜଙ୍ଗଲି ବାରହା ଆସି ଶିଶୁକନ୍ୟାକୁ ଆକ୍ରମଣ କରିଥିଲା । ତେବେ ଶିଶୁଟିର ଡ଼ାହାଣ ପାପୁଲିଟି ସମ୍ପୁର୍ଣ୍ଣ ଖାଇ ଦେଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଉଛି ।