ଖୋର୍ଦ୍ଧା: ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ବିରୋଧ ସ୍ୱର ଉଠାଇଲା ଜନତା । ନିଜ ଦଳର ସରପଂଚ ପ୍ରତିନିଧିଙ୍କୁ ଦୃବ୍ୟବହାର ପ୍ରସଙ୍ଗରେ ଆନ୍ଦୋଳନ ଏବେ ରାଜ ରାସ୍ତାରୁ ଆସି ଆଇନକୁ ଅମାନ୍ୟ କରିଛି । ଉତକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜ୍ଜା କରିବା ସହ ପୋଲିସକୁ ମାଡ଼ ଓ ଏସଡ଼ିପିଓଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । କିଛି ମାସ ହେବ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିର ନିଷ୍କ୍ରିୟତା ନେଇ ଆଜି ମେଳି କରିଥିଲେ ଜନତା । ବେଗୁନିଆ ଥାନା ହଜାର ହଜାର ଜନସାଧାରଣ ଘେରାଉ କରିବା ସହ ଥାନା ଭିତରେ ଧସେଇ ପସିଥିଲେ । ବାରମ୍ବାର ସାଧାରଣ ଜନତା ବିଧାୟକଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ ପୋଲିସର ନିରବତାକୁ ଏପରି ନିଷ୍ପତି ନେଇଥିଲେ ଆନ୍ଦୋଳନକାରୀ । ଏବେ ପୋଲିସ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାକୁ ଯାଇ ପୋଲିସର ଅଣ୍ଟି ପୋଡ଼ି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ କିଛିମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଆସୁଥିବା ବେଳେ ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଦଳକୁ ନିମ୍ନଗାମୀ କରୁଥିବା ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ବିଧାୟକଙ୍କୁ ଭାରି ପଡ଼ିବା ନିଶ୍ଚିତ ହେଲାଣି ।