Home ରାଜ୍ୟ କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !

କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୌଡଚମ୍ପେଇ ଗାଁରେ ପଡ଼ିଛି ଚହଳ । ଗାଁର ମିତ୍ରଭାନୁ ନାଏକଙ୍କ ଝିଅ ମାନସୀ କାମ କରିବାକୁ ଯାଇ ତାମିଲନାଡୁରେ ନେଖୋଜ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗାଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ପୋଲିସ ଓ ଜିଲ୍ଲାପ୍ରଶାସନ ନିକଟରେ ଗୁହାରୀ କଲେ କାନକୁ ଶୁବୁନି । ଝିଅ ମାନସୀ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ତାଲିମ ନେବା ପରେ କାମ କରିବାକୁ ଯାଇ ନିଖୋଜ ହୋଇଛନ୍ତି । ଏନେଇ ପରିବାର ଲୋକ ପୋଲିସ ଓ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ ଶୁନ୍ୟ ଥିଲା । ଶେଷରେ ନିରୂପାୟ ହୋଇ ପରିବାର ଲୋକ ଆଜି ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମଖରେ ଧାରଣାରେ ବସିଛନ୍ତି । ଗରୀବ ବାପ ଅଶା ରଖିଥିଲା ସ୍କିଲ ଇଣ୍ଡିଅ ସିଲାଇ ତାଲିମ ନେଇ ଝିଅ ସ୍ୱାବଲମ୍ବୀ ହେବ । ମାତ୍ର ଏବେ ଝିଅ କାମ ପାଇଁ ଯାଇ ନିଖୋଜ ହେବା ପରେ ପରିବାର ଚିନ୍ତାରେ ଦିନ କାଟୁଛନ୍ତି । ବର୍ତ୍ତମାନ ଝିଅର ଖବର ମିଳୁନଥିବା ବେଳେ ଉକ୍ତ ସଂସ୍ଥା ନିରବ ସାଜିଛି । ଯାହା ପରିବାର ଲୋକଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଛି ।