Home ଖେଳ କଙ୍ଗାରୁ ମାଟିରେ ସମ୍ମାନ ରଖିଲେ ପୂଜାରା !

କଙ୍ଗାରୁ ମାଟିରେ ସମ୍ମାନ ରଖିଲେ ପୂଜାରା !

ଏଡିଲେଡ଼ : ଆଜି ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଏହି ସିରିଜରେ ଭାରତ ଟସ ଜିତି ପ୍ରଥମେ  ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ଦଳ ୯ଟି ୱିକେଟ ହରାଇ ୨୫୦ ରନ୍ ସଂଗ୍ରହ କରିଛି । ଦଳର ପ୍ରାରମ୍ଭିକ ସମୟ ଖେଳାଳି ଭଲ ପ୍ରଦର୍ଶନ କରି ପାରି ନଥିଲେ । ୨୯ ରନ୍ କରି ଦଳର ୪ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ । ଲୋକେଶ ରାହୁଲ (୨), ମୁରଲୀ ବିଜୟ (୧୧), ବିରାଟ କୋହଲି (୩) ଓ ଆଜିଙ୍କ୍ୟ ରାହାଣେ (୧୩) ରନ୍ କରି ଆଉଟ ହୋଇଯାଇଥିଲେ । ଏଭଳି ସ୍ଥିତିରେ ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମା ୱିକେଟ ସମ୍ଭାଳିଥିଲେ । ଚେତେଶ୍ୱର ଠିକ୍ ଭାବେ ଖେଳି ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହୋଇଥିଲେ। ତେବେ ଛଅ ରୋହିତ ଶର୍ମା ତାଙ୍କ ସହିତ ଅଧିକ ସମୟ ରହିପାରି ନଥିଲେ । ରୋହିତ ୬୧ଟି ବଲ ଖେଳି ୩୭ ରନ୍ (୨ଟି ଚୌକା ଓ ୩ଟି ଛକ୍କା) କରି ଆଉଟ୍ ହୋଇଯାଇଥିଲେ।ଗୋଟିଏ ପରେ ଗୋଟିଏ ୱିକେଟ୍ ଖସୁଥିବା ବେଳେ ଧୈର‌୍ୟ୍ୟର ସହିତ ଖେଳିଥିଲେ ଚେତେଶ୍ୱର ପୂଜାରା। ସେ ୨୪୬ ବଲ ଖେଳି ୧୨୩ ରନ୍ କରିଥିଲେ। ଏଥିରେ ଥିଲା ୭ଟି ଚୌକା ଓ ୨ଟି ଛକା। ସେ ୮୭.୫ ଓଭରରେ ରନ୍ ଆଉଟ୍ ହୋଇଥିଲେ । ପୂଜାରା ଆଜି ତାଙ୍କ ଟେଷ୍ଟ୍ କ୍ୟାରିୟରର ୧୬ତମ ଶତକ ମାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ତୃତୀୟ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ପ୍ରଥମ ଶତକ। ଏହା ସହିତ ଟେଷ୍ଟରେ ୫୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି। ୧୦୮ଟି ଇନିଂସରୁ ସେ ଏହି ସଫଳତା ପାଇଛନ୍ତି । ଭାରତ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ଥ ଓ ରବିଚନ୍ଦ୍ରନ ଅଶ୍ୱିନ ୨୫ ରନ୍ ଲେଖାଏ କରିଥିଲେ । ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜୋଶ୍ ହାଜେଲଉଡ୍, ପ୍ୟାଟ୍ କ୍ୟୁମିନସ ଓ ନାଥାନ ଲିଅନ ୨ଟି ଲେଖାଏ ୱିକେଟ୍ ନେଇଥିଲେ।