Home ରାଜ୍ୟ ଫିଟିବ ଚାଷୀର ଭାଗ୍ୟ ; ଉଦଘାଟିତ ହେଲା କୃଷି ଓଡିଶା ମହୋତ୍ସବ, ବୃଦ୍ଧି ହେଲା କାଳିଆ...

ଫିଟିବ ଚାଷୀର ଭାଗ୍ୟ ; ଉଦଘାଟିତ ହେଲା କୃଷି ଓଡିଶା ମହୋତ୍ସବ, ବୃଦ୍ଧି ହେଲା କାଳିଆ ଅବଦ୍ଧି !

ଭୁବନେଶ୍ୱର ; ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ । ବରମୁଣ୍ଡା ପଡିଆରେ ଜନୁୟାରି ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କୃଷି ଓଡିଶା କାର୍ଯ୍ୟକ୍ରମ । କୃଷି ଏବଂ କୃଷକ ସଶକ୍ତି କରଣ ବିଭାଗ ଏବଂ ଶିଳ୍ପ ମହାସଂଘର ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୫ ଦିନିଆ ‘କୃଷି ଓଡ଼ିଶା’ ସମ୍ମିଳନରେ ଯୋଗଦେଇ କାର‌୍ୟ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକଙ୍କ ହିତ ପାଇଁ ବିଭିନ୍ନ ଯୋଜନାର ଗୁଣ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।
ଚାଷୀଙ୍କ ପାଇଁ ଏବେ ସାରା ଦେଶରେ ଆଦର୍ଶ ଯୋଜନା ପାଲଟିଥିବା ‘ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରଶଂସା କରିବା ସହ ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୁଣି କୃଷକଙ୍କୁ ଖୁସି କରାଇବା ପାଇଁ କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଅବଧି ଜାନୁଆରୀ ୨୫ରୁ ଫେବୃୟାରୀ ୫ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ । ରାଜ୍ୟର କୃଷକଙ୍କୁ ଧନ୍ୟବାଦ ଦେଇ ନବୀନ କହିଛନ୍ତି ଯେ, ଆମ ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଆମ ସରକାର ୫ଥର କୃଷି କର୍ମଣ ପୁରଷ୍କାର ପ୍ରାପ୍ତ କରିଛି । ଯାହା ଦର୍ଶାଉଛି ବର୍ତ୍ତମାନ ଓଡ଼ିଶା କୃଷି କ୍ଷେତ୍ରରେ ଅଧିକ ଉନ୍ନତି କରୁଛି । ଗତ ୨୦୧୪ ମସିହାରେ ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ ରାଜ୍ୟ ସରରକାର ପ୍ରତିଜ୍ଞା କରିଥିଲେ । ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯାଇଛି । ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ବାକିଥିବା ଲକ୍ଷ୍ୟକୁ ପୂରଣ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତବେ ଚାଷୀ ଭାଇ ‘କାଳିଆ’ ଯୋଜନାର ରାଶିକୁ ସଠିକ୍ ଭାବେ ଚାଷ କାର‌୍ୟ୍ୟରେ ଲଗାଇଲେ ମୁଁ ଖୁସି ହେବି ବୋଲି ନବୀନ କହିଛନ୍ତି ।
ଅନ୍ୟପଟେ ଆୟୋଜିତ ୫ ଦିନିଆ କୃଷି ଓଡିଶା ସମାବେସରେ ଆଧୁନିକ କୃଷି ପ୍ରଦର୍ଶନି ,କୃଷି,ମତ୍ସ୍ୟ ,ପ୍ରାଣିସଂପଦ ବିଭାଗ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହ ଅନେକ ଘରୋଇ କୃଷି ଯନ୍ତ୍ରପାତି ,ଜଳସେଚନ ତଥା ଅନ୍ୟାନ୍ୟ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୈାଗିମାନେ ଯୋଗଦାନ କରିବେ । ଏଥିପାଇଁ ୧୮୦ ଗୋଟି ପ୍ରଦର୍ଶନୀ ମଣ୍ଡପ ନିର୍ମାଣ କରାଯାଇଛି । ଯେଉଁଥିରେ ବହୁ କ୍ଷାତି ସମ୍ପର୍ଣ୍ଣ ଓ ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ଆଧୁନିକ ଜ୍ଞାନକୈାଶଳ ବିଷୟରେ ଆଲୋଚନା କରିବେ ।ଏଥି ସହିତ କୃଷକ ବୈଜ୍ଞାନିକମାନଙ୍କ ମଧ୍ୟରେ ୭ଟି ବିଷୟରେ ମତ ବିନିମୟ ହେବାର ମଧ୍ୟ ଆୟୋଜନ କରାଯାଇଛିଏବଂ ରାଜ୍ୟର ତଥା ରାଜ୍ୟ ବାହାରେ କିଛି ଅଗ୍ରଣୀ ଚାଷୀ ମାନେ ସେମାନଙ୍କର ଓପଲବ୍ଧ ଜ୍ଞାନକୈଶଳ ଅନ୍ୟ ଚାଷୀମାନଙ୍କୁ ଜଣାଇବେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉକ୍ତର୍ଷ ଲାଭ କରିଥିବା ୧୨୦ ଜଣ କୃତ ଚାଷୀ/ମହିଳା ଚାଷୀଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ମଣ୍ଡପ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ପ୍ରତ୍ୟେକ ସନ୍ଧ୍ୟାରେ ସଭାକର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ତେବେ ପୂର୍ବରୁ ଏହି କାର୍ଯ୍ୟକ୍ରମର ପ୍ରସାର ପାଇଁ ଦିଲ୍ଲୀ,ପୁରୀ,ବାରିପଦା ଓ ସୁନ୍ଦରଗଡ ଠାରେ ରୋଡ ସୋ ର ମଧ୍ୟ ଆୟୋଜନ କରାଯାଇଥିଲା ।