Home ରାଜ୍ୟ ବାସ ନେଇଗଲା ବ୍ୟବସ୍ଥା; କର୍ଲାମୁଣ୍ଡା ବ୍ଲକ୍ର ବୁଢୀପଦର ଗାଁର ସାମାଜିକ ଓ ଆର୍ଥକ ସର୍ବେକ୍ଷଣ ତାଲିକାରେ...

ବାସ ନେଇଗଲା ବ୍ୟବସ୍ଥା; କର୍ଲାମୁଣ୍ଡା ବ୍ଲକ୍ର ବୁଢୀପଦର ଗାଁର ସାମାଜିକ ଓ ଆର୍ଥକ ସର୍ବେକ୍ଷଣ ତାଲିକାରେ ନାଁ ନାହିଁ !

271

କଳାହାଣ୍ଡି : କର୍ଲାମୁଣ୍ଡା ବ୍ଲକ୍ର ଉପାନ୍ତ ଆଦିବାସୀ ଗାଁ ହେଉଛି ବୁଢୀପଦର । ପୌରକେଲା ପଂଚାୟତର ଶତାଧିକ ପରିବାର ବାସକରୁଥିଲେ ମଧ୍ୟ ଅଧିକାଂଶ ଗରିବ ହରିଜନ ବସବାସ କରନ୍ତି । ଶହେରୁ ନବେ ଲୋକ ଖଟିଖିଆ ମଜୁରିଆ ହୋଇଥିବା ବେଳେ ଦାଦନର ଚିନ୍ତା ଅଣାୟତ ହୋଇଛି । ବଡ଼ ଦୁଃଖର ବିଷୟ ସରକାରଙ୍କ ଯୋଜନା ଏଠି ଅପହଂଚ ପାଲଟିଛି । ୨୦୧୧ ମସିହାରେ ହୋଇଥିବା ସାମାଜିକ ଓ ଆର୍ଥକ ସର୍ବେକ୍ଷଣ ତାଲିକାରେ ଗାଁର କୌଣସି ପରିବାରର ନାଁ ନାହିଁ । ଗାଁକୁ ଦେଖିଲେ ଲାଗୁଛି ସତେ ଯେପରି ଶିକ୍ଷା ସଭ୍ୟତା ଏଠି ଅପହଂଚ ରହିଛି । ଗାଁର ଖଟିଖିଆ ମୁଲିଆର କଥା ନକହିବା ଭଲ । ଏଠି ଘନଶ୍ୟାମ ପରିବାର ବାସ ନଥିବାରୁ ବାସ ହରା ହେଇଥିବା ବେଳେ ପଲିଥିନ ତଳେ ଜୀବନ କାଟୁଛନ୍ତି ଅନେକ ପରିବାର । ଆଉ ବିଧବା ବୃଦ୍ଧା ସତ୍ୟବତୀଙ୍କ କଥା ନକହିବା ଭଲ । କିନ୍ତୁ ଯୋଜନାକୁ ନେଇ ବାହାବାହା ମାରୁଛନ୍ତି ନେତା ।
ଅନ୍ୟପଟେ ସାମାଜିକ ଓ ଆର୍ଥକ ସର୍ବେକ୍ଷଣ ତାଲିକାରେ ଗାଁର ନାଁ ନଥିବାରୁ ଇନ୍ଦିରା ଆବାସ ଯୋଜନା ଠାରୁ ଆରମ୍ଭ କରି ସରକାରଙ୍କ ସହାୟତା ସପ୍ନ ପାଲଟିଛି । ଯାହାକୁ ନେଇ ଗ୍ରାମବାସୀ ସ୍ଥାନୀୟ ସଂରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଖାଲି ମିଳିଛି ପ୍ରତିଶ୍ରୁତି । ଏହା କୁ ନେଇ ଆମ ପ୍ରତିନିଧି କର୍ଲାମୁଣ୍ଡା ବିଡ଼ିଓଙ୍କୁ ପଚାରିବାରୁ ଉତର ମିଳିଲା ନାହଁ କିନ୍ତୁ ମୁହଁ ବୁଲାଇ ଚାଳିଗଲେ । ଏପରି ସମୟରେ ଗ୍ରାମବାସୀ ଏକ ହୋଇ ପ୍ରଶାସନ ବିରୋଧରେ ଆନ୍ଦୋଳନ ଚେତାବନୀ ଦେଇଛି ।
ସରକାରଙ୍କ ଜନହୀତକର ଯୋଜନାକୁ ବାଟ ଓଗାଳୁଛି ସରକାରୀ ନିୟମ । ଆଉ ଗରିବ ଅସହାୟ ଯୋଜନାରୁ ହେଉଛି ବଂଚିତ, କେବେ ଚେତିବେ ସରକାର, ନ୍ୟାୟ ପାଇଁବେ ବୁଢୀପଦର ଗ୍ରାମବାସୀ ତାହା ଦେଖିବାକୁ ବାକିରହିଲା । କଳାହାଣ୍ଡିରୁ ଜଗଦୀଶ ନାୟକଙ୍କ ରିପୋର୍ଟ ମୁନ୍ ଟିଭି ଓଡ଼ିଆ