Quick Links
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ଜନୈକ ରୋଗୀଙ୍କୁ ଡାକ୍ତର କତ୍ତୃପକ୍ଷ ଏଡସ୍ ରୋଗୀ ଠାରୁ ସଂଗୃହୀତ ରକ୍ତକୁ ରୋଗୀ ଦେହରେ ଦେଇ ଦେଇଥିବା ସଂପୃକ୍ତ ରୋଗୀ ଅଭିଯୋଗ କରିଛନ୍ତି। ଯଦିଓ ଘଟଣାଟି ମାସେ ତଳର ତଥାପି ରୋଗୀର ପିତା ମାତା ଗରୀବ ଶ୍ରେଣୀର ଥିବାରୁ ତଥା ପାଠ ସେତେ ପଢି ନ ଥିବାରୁ ମାସେ ପରେ ଅଭିଯୋଗ କରିଛନ୍ତି। ରେଢାଖୋଲ ଥାନା ଡଇଁଚା ଗ୍ରାମର ଜନୈକ ୧୯ ବର୍ଷର ଛାତ୍ର (ସିକଲିନ୍ ରୋଗୀ ) ଗତ ତା ୧୫/୩/୨୦୨୪ ରେ…
ଭୁବନେଶ୍ୱର: ନିକଟରେ ନାଗପୁର ଠାରେ ଆୟୋଜିତ ୯ମ ଜାତୀୟ ମିନିଗଲ୍ଫ ଚାମ୍ପିୟନ୍ସିପ୍ରେ ସଫଳତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ମାର୍ଚ୍ଚ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିୟନ୍ସିପ୍ ଆୟୋଜିତ ହୋଇଥିବା ବେଳେ ଏଥିରେ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଉଭୟ ପୁରୁଷ ଓ ମହିଳା…
ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ଼ ସ୍କିଲ ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୨୩-୨୪ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ମାର୍ଚ୍ଚ ୧୨ ରୁ ୧୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଥିଲା। ହୋଟେଲ ମ୍ୟାନେଜମେଂଟର ୫ଟି ସ୍କିଲ୍ ଯେପରିକି ହୋଟେଲ୍ ରିସେପ୍ସନ୍, ରେଷ୍ଟୁରାଂଟ ସର୍ଭିସ୍, କୁକିଙ୍ଗ୍, ବେକରି, ପାଟିସେରୀ ଓ କନ୍ଫେକ୍ସନାରୀକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏସ୍ଏଚ୍ଏମ୍ର ବ୍ୟାଚଲର ଅଫ୍ ହୋଟେଲ…
ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ-୨୦୨୪ ର ଗ୍ରାଣ୍ଡ୍ ଫାଇନାଲ୍ ଆଜି ଆୟୋଜିତ ହେଉଛି। ୨୮ ବର୍ଷ ପରେ,…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ…
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ…
ବାଣପୁର: ନିକଟରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର…
ଭୁବନେଶ୍ବର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ…
ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା…
ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି।…
ଭୁବନେଶ୍ବର: କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକିମଙ୍କୁ ଏକ ବଡ…
ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି…
Confirmed
0
Death
0
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି କୁହାଯାଏ,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା । ଋଗ୍ବେଦ ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦। ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର। ଆୟୁର୍ବେଦ ଏହାର ଉପବେଦ । ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ । ଯଜୁର୍ବେଦ କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ସାମବେଦ ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ । ଅଥର୍ବ ବେଦ ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ ।
Sign in to your account