ବାଲେଶ୍ୱର : ଇନ୍ଦିରା ଆବାସ ଓ ଜମିବାଡ଼ି ଭାଗବଣ୍ଟକୁ ନେଇ ଗଣ୍ଡଗୋଳ । ସୋର ଥାନା ଅନ୍ତର୍ଗତ ଡିଗିଭଅଁରା ଗ୍ରାମରେ ଏହି ଅଭାବନିୟ ଘଟଣାଟି ଘଟିଯାଇଛି । ସୂଚନା ଅନୁଯାଇ ଗୋଟିଏ ପରିବାରର ଇନ୍ଦିରା ଆବାସ ସଜମିବାଡ଼ି ଭାଗବଣ୍ଟାକୁ ନେଇ ମାରପିଟ ହୋଇଥିଲା । ଏଥିରେ ପରିବାରର ପାଞ୍ଚଜଣ ଆହତ ହୋଇଛନ୍ତି । ତେବେ ୩ଜଣ ଗ୍ୁରୁତର ଆହତ ହୋଇପଡ଼ିଥିବାରୁ ପ୍ରଥମେ ତାଙ୍କୁ ସୋର ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ୍ ଘଟଣାର ସୂଚନା ପାଇ ସଂପୃକ୍ତ ଦୁଇ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପରେ ଛାଡି ଦେଇଥିଲା ।