Home ଖେଳ ବିରାଟ ବାହିନୀର ସରିଜ ବିଜୟ !

ବିରାଟ ବାହିନୀର ସରିଜ ବିଜୟ !

ମାଉଣ୍ଟ ମାଙ୍ଗାନୁଲ : ଆଜି ଖେଳାଯାଇଥବବା ତୃତିୟ ଦିନିକିଆ ମ୍ୟାଚରେ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଙ୍ଗ୍ କରି ୨୪୩ ରନ୍ କରିଥିଲା । ତେବେ ନ୍ୟୁଜିଲ୍ୟାଣ୍ଡ ଦଳ ପକ୍ଷରୁ ରସ୍ ଟେଲର ସର୍ବଧିକ ୯୩ରନ କରିଥିବା ବେଳେ ଟମ୍ ଲାଥମ ୫୧ ଓ ଅଧିନାୟକ କେନ୍ ୱିଲିୟମସନ୍ ୨୮ ରନ୍ କରିଛନ୍ତି । ତେବେ ଦ୍ୱିତୀୟ ଇନିଙ୍ଗସରେ ଭାରତ ପକ୍ଷରୁ ରୋହିତ ଶର୍ମା ୬୨,ଶେଖର ଧୱନ ୩୮, ଅଧିନାୟକ ବିରାଟ କୋହଲି ୬୦ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶେଷ ପର୍ଯ୍ୟନ୍ତ ଅମ୍ବାତି ରାୟୁଡ଼ୁ ୪୦ ରନ୍ ଓ ଦିନେଶ କାର୍ତ୍ତିକ ୩୮ ରନ୍ କରି ନଟ ଆଉଟ୍ ରହି ଭାରତକୁ ବିଜୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ।