Home ଦେଶ- ବିଦେଶ ୨୧ଦିନିଆ ଲକଡାଉନ୍ ବୃଦ୍ଧି କରିବାକୁ ଯୋଜନା ହୋଇନାହିଁ: କେନ୍ଦ୍ର ସରକାର

୨୧ଦିନିଆ ଲକଡାଉନ୍ ବୃଦ୍ଧି କରିବାକୁ ଯୋଜନା ହୋଇନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶବ୍ୟୀପୀ ଘୋଷିତ ୨୧ଦିନିଆ ଲକଡାଉନର ସମୟ ଅବଧି ବୃଦ୍ଧି କରାଯିବାକୁ ସେ ଭଳି କୌଣସି ଯୋଜନା ହୋଇ ନ ଥିବା କଥା ସୋମବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାର ଦେଶରେ କରୋନାଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ଜାରି ହୋଇଥିବା ଲକଡାଉନର ସମୟ ଅବଧିକୁ ବୃଦ୍ଧି କରିବେ ବୋଲି ପ୍ରସାରିତ ଖବରକୁ ସୋମବାର ଦିନ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଖଣ୍ଡନ କରିଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି: ଏ ଭଳି ରିପୋର୍ଟ ଦେଖି ମୁଁ ଆଚମ୍ବିତ । ଲକଡାଉନ୍ ବୃଦ୍ଧି କରାଯିବାକୁ ସେଭଳି କୌଣସି ଯୋଜନା ହୋଇନାହିଁ ।ଭାରତର ସର୍ବସାଧାରଣ ସମ୍ବାଦ ପ୍ରସାରଣ ସଂସ୍ଥା “ପ୍ରସାର ଭାରତୀ ନିଉଜ୍ ସର୍ଭିସ୍’ ମଧ୍ୟ ଲକଡାଉନ୍ ବୃଦ୍ଧି କରାଯିବା ଖବରକୁ ମିଥ୍ୟା ବୋଲି କହିଛି ।

ଏଠାରେ ପ୍ରକାଶଯୋଗ୍ୟ କି, ମାର୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଳିତ ହେଲା । ଏହାର ଦିନକ ପରେ ଅର୍ଥାତ୍ ମାର୍ଚ ୨୪ ତାରିଖ ରାତିରେ ପ୍ରଧାମନ୍ତ୍ରୀ ମୋଦୀ ମାର୍ଚ ୨୫ ଠାରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ ।
ଏପ୍ରିଲ୍ ୧୪ ତାରିଖ ଯାଏଁ ଦେଶବ୍ୟାପୀ ଲକଡାଉନ୍ ଜାରି ରହିବ ।