Home ରାଜ୍ୟ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।ରଥଯାତ୍ରାକୁ ନେଇ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ୍ ଜେନେରାଲ ।ଅନ୍ୟ ପକ୍ଷରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ତ୍ବରାନ୍ବିତ ହୋଇଥିବା ଆଡଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଆସନ୍ତା ମାସ ୨୨ ସୁଦ୍ଧା ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଜଣାଇଲେ ଏଜି ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଭିତରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାମ । ମୋଟ୍ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ମଙ୍ଗଳବାର ୩ ରଥର ତିନୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତି ରଥର ୨ଟି ଲେଖାଏଁ ମୋଟ୍ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି ।ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍ କରି ରଥକାମ ଆଗେଇ ଚାଲିଛି । ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଂଚଳ ଘୋଷଣା କରାଯାଇଛି । ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।