Home ରାଜ୍ୟ ରାଜ୍ୟରେ ବଢିଲା ବ୍ଲାଡଫ୍ଲୁ ଆତଙ୍କ, ମହଙ୍ଗା ହେବ ଅଣ୍ଡା,ଖାଇବା ପାଇଁ ନୁହେଁ ଦେଖିବାକୁ ମିଳିବ ସଂଗ୍ରାହଳୟରେ…

ରାଜ୍ୟରେ ବଢିଲା ବ୍ଲାଡଫ୍ଲୁ ଆତଙ୍କ, ମହଙ୍ଗା ହେବ ଅଣ୍ଡା,ଖାଇବା ପାଇଁ ନୁହେଁ ଦେଖିବାକୁ ମିଳିବ ସଂଗ୍ରାହଳୟରେ…

ପୁରୀ: ଆଜିଠୁଁ ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ସେଥିପାଇଁ ଗଠନ କରାଗଲା ୧୦ଟି ରାପିଡ୍ ରେସପନ୍ସ ଟିମ୍ । ତେବେ ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଗତ କିଛିଦିନ ହେବ କୁକୁଡା ଏବଂ କାଉ ମଡକ ଦେଖିବାକୁ ମିଳିଥିଲା । ତେଣୁ ଏଥିପାଇଁ ସାମ୍ପୁଲ ନିଆଯାଇ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସାମ୍ପୁଲ ମଧ୍ୟରୁ ୪ଟିରୁ ବାର୍ଡଫ୍ଲୁ ପଜିଟିଭ୍ ବାହାରିଛି । ସେପଟେ ପଶୁସମ୍ପଦ ସଚିବ କହିଛନ୍ତି ବ୍ରହ୍ମଗିରି ଅଂଚଳରୁ ସଂଗ୍ରହ କରାଯାଇଥିବା ସାମ୍ପୁଲ ରେ ୨ଟି କୁକୁଡା ଓ ୨ଟି କାଉର ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ତେବେ ଏଥିପାଇଁ ପଥରଗଂଜ, ସାନସାହି ଓ ବୁଦ୍ଧବର ଗାଁରେ ଏହି କୁକୁଡା ମରା ଯିବ । ତାହାସହିତ ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବ । ସେପଟେ ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ମଧ୍ୟାହ୍ନ ଭୋଜନରେ ବି ଅଣ୍ଡା ବନ୍ଦ କରାଯିବ । ତେବେ ଏହି ଭୟ ସାରା ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଯାହା ଦ୍ୱାରା କୁକୁଡା ଅଣ୍ଡା ଓ ମାଂସ ମହଙ୍ଗା ହେବ । ତେବେ ପଡୋଶୀ ରାଜ୍ୟ ଉପରେ ନର୍ଭର କରିବା ନେଇ ବୁଦ୍ଧିଜୀବି ମଧ୍ୟରେ ଚର୍ଚ୍ଚା ହେଉଛି । ତେଣୁ ଏପରି କୁକୁଡା ମରା ଅଭିଯାନ ଜାରି ରହିଲେ ମାଂସ ଓ ଅଣ୍ଡା ର ଦରଦାମ୍ ବଢିବ । ଯାହା ସାଧାରଣ ଲୋକଙ୍କୁ କିଣିବା ପାଇଁ ସମ୍ଭବ ପର ହେବନାହିଁ । ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ଆଶଙ୍କା ରହିଛି ଏଣିକି କୁକୁଡା ଅଣ୍ଡାକୁ ମ୍ୟୁଜିୟମରେ ରଖାଯିବ । ଅନ୍ୟପଟେ ରାଜ୍ୟରେ ମାଛରେ ଫର୍ମାଲି ମଶିଥିବା ଭୟ ଲାଗିରହିଥିବାବେଳେ କୁକୁଡା ଠାରୁ ବ୍ଲାଡଫ୍ଲୁ ଆତଙ୍କ ଅଣ୍ଡା ବଜାରରେ ନିଆଁ ଲଗାଇବା ଆଶଙ୍କା କରାଯାଉଛି ।