Home ରାଜ୍ୟ ହରିଚନ୍ଦନପୁର ଥାନା କୂଆଝରଣ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧ ମୃତ ୩ଗୁରୁତର !

ହରିଚନ୍ଦନପୁର ଥାନା କୂଆଝରଣ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧ ମୃତ ୩ଗୁରୁତର !

କେନ୍ଦୁଝର: ମଉଜ ନିଶା ଉତୁରିଗଲା । ପିକନିକ୍ ମସ୍ତି ନିଶା ମହଙ୍ଗା ପଡ଼ିଛି । ହରିଚନ୍ଦନପୁର ଥାନା କୂଆଝରଣ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତରାତିରେ ପିକ୍ନିକ୍ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଛନ୍ତି । ମୃତକ ହେଲେ ଭଦ୍ରକ ଜିଲ୍ଲାର ସୌରଭ କିଶୋର ଦାସ । ଏହାସହ ଗୁରୁତର ଆହାତମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ ଏମାନେ ପିକ୍ନିକ୍ କରିବା ପାଇଁ ଭୁବନେଶ୍ୱରରୁ କାର ଯୋଗେ ସାନଘାଗରା ଆସୁଥିବା ବେଳେ ଗତରାତିରେ ଏପରି ଦୁର୍ଘଟଣା ହୋଇଥିଲା । ବିଶେଷକରି ସମସ୍ତ ଯୁବକ ଭୁବନେଶ୍ୱରରେ ଅସ୍ଥାଇ ଭାବେ ରହୁଥିବା ସୂଚନା ମିଳିଛି ।