Home ରାଜ୍ୟ ଆଜି ଠାରୁ ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଜନସାଧାରଣଙ୍କ ପାଇଁ...

ଆଜି ଠାରୁ ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଜନସାଧାରଣଙ୍କ ପାଇଁ ବନ୍ଦ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ମନା । କିଛି ବରିଷ୍ଠ ସରକାରୀ ଅଧିକାରୀ କରୋନା ସଂକ୍ରମଣର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆସନ୍ତା ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଏହି ୧୦ ଦିନ ମଧ୍ୟରେ ସରକାରୀ ଅଫିସ ଗୁଡିକୁ ବିଶୋଧନ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।