Home ଅପରାଧ ଆସିକା ଛତ୍ରପୁର ଅଂଚଳରେ ଚାଂଚଲ୍ୟ; ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !

ଆସିକା ଛତ୍ରପୁର ଅଂଚଳରେ ଚାଂଚଲ୍ୟ; ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !

648

ଗଞ୍ଜାମ: ଆସିକା ଛତ୍ରପୁର ଅଂଚଳରେ ଚାଂଚଲ୍ୟ । ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଆସିଛି । ମୃତ ଯୁବକ ବିନାୟକ ବେହେରା ସେ ଆସିକାର ମୁଣ୍ଡମରାଇ ସ୍ଥିତ ଅନ୍ଧ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ଆଜି ତାଙ୍କ ମୃତ ଦେହ ମୁଣ୍ଡରାଇ କଲେଜ ନିକଟ ପାହାଡ଼ ନିକଟରେ ପଡ଼ିଥିବାର ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ପୋଷ୍ଟମଂଟମ ପାଇଁ ପଠାଇଛି । ପୋଲିସ ଏହି ହତ୍ୟାକାଣ୍ଡକୁ ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତ ଯୁବକ ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ଗତକାଲି ରାତିରେ ଯୁବକ ଜଣଙ୍କ ଝିଅ ଘରକୁ ଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ପୋଲିସ ଝିଅର ପରିବାର ଲୋକଙ୍କୁ ପଚରାଉଚରା କରୁଛି ।