Home ରାଜ୍ୟ ପୁଣି ରାଜରାସ୍ତାକୁ ଓଲ୍ଲାଇଲା ଗାଁ ସାଥୀ ସଂଘ; ଭୀକ୍ଷାଥାଳ ଧରି ଲୋୟର ପିଏମଜିରେ ଗର୍ଜିଲେ !

ପୁଣି ରାଜରାସ୍ତାକୁ ଓଲ୍ଲାଇଲା ଗାଁ ସାଥୀ ସଂଘ; ଭୀକ୍ଷାଥାଳ ଧରି ଲୋୟର ପିଏମଜିରେ ଗର୍ଜିଲେ !

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓଲ୍ଲାଇଲା ଗାଁ ସାଥୀ ସଂଘ । ଦୀର୍ଘ ୧୧ ବର୍ଷ ହେବ ନିଜ ହକ୍ ପାଇଁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଉପାୟରେ ରାଜରାସ୍ତାରେ ପ୍ରାୟ ୬୦ ହଜାର କର୍ମୀ ଆନ୍ଦୋଳନ କରୁଛନ୍ତି । ଆଜି ରାଜଧାନୀ ଲୋୟର ପିଏମଜିରେ ହଜାର ହଜାର ଗାଁ ସାଥୀ ଭୀକ୍ଷାଥାଳ ଧରି ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ଗାଁ ସାଥୀଙ୍କ ନାର୍ଯ୍ୟ ଦାବିକୁ ରାଜ୍ୟ ସରକାର ପୂରଣ କରିବାରେ ଟାଳଟୁଳ ନୀତି ଆପଣାଉଥିବାରୁ ୬୦ହଜାର ପରିବାର ଅଭାବ ଅନଟନରେ ଗତି କରୁଛି । ଦୀର୍ଘ ଦିନ ହେବ ସଂଘ ୪ ଦଫା ଦାବି ତଥା ସ୍ଥାଇ ନିଯୁକ୍ତି ଓ ମାସିକ ୬ ହଜାର ଦାବିରେ ଆନ୍ଦୋଳନରେ ଜାରି ରଖିଛି ସଂଘ ।