Home ରାଜ୍ୟ ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍‌ଙ୍କ କେସ୍‌ ହିଷ୍ଟ୍ରି

ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍‌ଙ୍କ କେସ୍‌ ହିଷ୍ଟ୍ରି

ଭୁବନେଶ୍ୱର:  ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍‌ଙ୍କ କେସ୍‌ ହିଷ୍ଟ୍ରି । ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଜଣ ସୁନ୍ଦରଗଡ଼, ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ ଜଣେ ଭୁବନେଶ୍ୱରର । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟାଭେଲ୍‌ ହିଷ୍ଟ୍ରି ନେଇ ଅନୁଧ୍ୟାନ କରାଯାଉଛି । ଗତକାଲି ରାତିରେ ୪ ଜଣ ପଜିଟିଭ୍‌ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି ।