Home ରାଜ୍ୟ ନୟାପଲ୍ଲୀ ଆହାର କେନ୍ଦ୍ରରେ ପ୍ରହାର; କର୍ମଚାରୀଙ୍କ ଅବ୍ୟବସ୍ଥାକୁ ନେଇ ଗରିବଙ୍କ ତୁମୁଳକାଣ୍ଡ !

ନୟାପଲ୍ଲୀ ଆହାର କେନ୍ଦ୍ରରେ ପ୍ରହାର; କର୍ମଚାରୀଙ୍କ ଅବ୍ୟବସ୍ଥାକୁ ନେଇ ଗରିବଙ୍କ ତୁମୁଳକାଣ୍ଡ !

ଭୁବନେଶ୍ୱର; ନୟାପଲ୍ଲୀ ଆହାର କେନ୍ଦ୍ରରେ ମହାଭାରତ । ସାଧାରଣ ଗରିବ ଭୋକିଲା ପେଟକୁ ଦାନା ଦେବାକୁ ଯାଇ ନବୀନ ସରକାର ଆହାର ଯୋଜନା କଲେ । ଆହାର ନିୟମ ଅନୁଯାୟୀ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅସହାୟ ଲୋକମାନଙ୍କୁ ମାତ୍ର ୫ଟଙ୍କା ଶୁଦ୍ଧ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଆହାର କେନ୍ଦ୍ରରେ ଅସାଧୁ କର୍ମଚାରୀମାନେ ଭୋକିଲା ପେଟକୁ ନାତ ମାରୁଥିବା ଅଭିଯୋଗରେ ଆଜି ଆହାର କେନ୍ଦ୍ରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଆହାର ସଂସ୍ଥା ପ୍ରତ୍ୟେକ ଦିନ କମ୍ ଖାଦ୍ୟ ଆଣିବା ସହ ତାହା ଅପରାହ୍ନ ୩ଟା ପରିବର୍ତ୍ତେ ୧୨ଟା ଓ ୧ଟାରେ ସରିଯାଉଥିବା ଜନଅସନ୍ତାସ ଉଗ୍ରରୂପ ନେଇଛି । କିଛି ଗରିବ ଲୋକ ଖାଦ୍ୟ ନପାଇବାରୁ ଆହାର କେନ୍ଦ୍ରରେ ଭଙ୍ଗାରୁଜ୍ଜା କରିବା ସହ କର୍ମଚାରୀଙ୍କୁ ଗାଳିଗୁଳଜ କରିଛନ୍ତି । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ଉତକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।